ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ପରିସରରେ ପାଳିତ ହେଲା ପବିତ୍ର ଗୁରୁ ଦିବସ,

Sep 5, 2024 - 11:23
 0  163
ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ପରିସରରେ ପାଳିତ ହେଲା ପବିତ୍ର ଗୁରୁ ଦିବସ,

ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ପରିସରରେ ପାଳିତ ହେଲା ପବିତ୍ର ଗୁରୁ ଦିବସ,

 ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ "ଜାତୀୟ ଶିକ୍ଷକ ପୁରସ୍କାର" ପାଉ ଥିବାରୁ ସ୍କୁଲ ରେ ଉତ୍ସବ ର ମାହୋଲ୍,

ଶୁଭମ ବାର୍ତ୍ତା :- କଥା ରେ ଅଛି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତସ୍ମେ ଶ୍ରୀ ଗୁରବେ ନମଃ, ମଣିଷ ଜନ୍ମ ହେଲା ମାତ୍ରକେ ତା ଜୀବନ ରେ ଅନେକ ଗୁରୁ ଆସିଥାନ୍ତି। ପିତା, ମାତା ହେଉ ଛନ୍ତି ତାର ପ୍ରଥମ ଗୁରୁ, ତା ପରେ ଅନ୍ୟ ଗୁରୁ ମାନେ ଆସନ୍ତି , ସେଥିପାଇଁ ପିତା ମାତା ଙ୍କୁ ଭକ୍ତି କଳା ପରେ ସନ୍ତାନ ଆଗକୁ ବଢ଼ି ଥାଏ।ଆଜି ସେପ୍ଟେମ୍ବର ୫ ତାରିଖ କୁ ସାରା ଦେଶରେ ଗୁରୁ ଦିବସ ଭାବରେ ପାଳନ କରା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ପରିସର ରେ ମଧ୍ୟ ଗୁରୁ ଦିବସ ପାଳନ କରାଯାଇଛି।ପ୍ରତ୍ୟେକ ସ୍କୁଲ ରେ ଆଜି ଗୁରୁ ଦିବସ ଦିନ ଖୁସି ର ମାହୋଲ ଥିବା ବେଳେ ଏହି ଜୟ ଦୁର୍ଗା ହାଇସ୍କୁଲ ରେ ସେହି ଖୁସି ଦ୍ଵିଗୁଣିତ ହୋଇଛି।ଆଜି ଗୁରୁ ଦିବସ ରେ କେନ୍ଦ୍ର ସରକାର ସାରା ଦେଶରେ ୫୦ ଜଣ ଶିକ୍ଷକ ଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଉ ଥିବା ବେଳେ ସେମାନଙ୍କ ମଧ୍ୟ ରୁ ଆମ ରାଜ୍ୟ ଓଡ଼ିଶା ରୁ ଦୁଇ ଜଣ ଶିକ୍ଷକ ଅଛନ୍ତି। ଜଣେ ରାୟଗଡ଼ା ଜିଲ୍ଲା ର ଶିକ୍ଷକ ଥିବା ବେଳେ ଅନ୍ୟ ଜଣେ ଉକ୍ତ ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ମଧ୍ୟ ସମ୍ମାନିତ ହେବା ପାଇଁ ଦିଲ୍ଲୀ ଯାଇଛନ୍ତି, ଦେଶ ର ମହା ମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ହାତରୁ ସମ୍ମାନ ଗ୍ରହଣ କରି ପାଇଁ। ସେଥି ପାଇଁ ଜୟ ଦୁର୍ଗା ହାଇସ୍କୁଲ ସହିତ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯିବା ସହ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ,ଓ ଅନ୍ୟ ଶିକ୍ଷକ ମାନେ ଗର୍ବ ଅନୁଭବ କରିବା ସହିତ ଶ୍ରୀଯୁକ୍ତ କର ଙ୍କ ଉତ୍ତରୋତର କାମନା କରିଛନ୍ତି ଏବଂ ଉକ୍ତ ଶିକ୍ଷକ ଆମ ଅଞ୍ଚଳ ର ପ୍ରେରଣା ବୋଲି ମତ ପ୍ରକାଶ ପାଇଛି। ସେଥି ପାଇଁ ବିଦ୍ୟା ଅଟଇ ମହା ଧନ ବାଳକେ କର ଉପାର୍ଜନ ବୋଲି ବିଜ୍ଞ ଜନ ମାନେ ପୂର୍ବରୁ କହି ଯାଇଛନ୍ତି ।

କଳାହାଣ୍ଡି ରୁ ଜଗତ ରାମ୍ ସାହୁ ଙ୍କ ସହ ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow