ସମାଜ ସଂସ୍କାର ଅନୁଷ୍ଠାନ ପକ୍ଷରୁ ବାବାସାହେବଙ୍କ ୧୩୪ ତମ ଜନ୍ମଦିବସ ପାଳିତ।

Apr 15, 2025 - 19:16
Apr 15, 2025 - 19:17
 0  67
ସମାଜ ସଂସ୍କାର ଅନୁଷ୍ଠାନ ପକ୍ଷରୁ ବାବାସାହେବଙ୍କ ୧୩୪ ତମ ଜନ୍ମଦିବସ ପାଳିତ।

 ସମାଜ ସଂସ୍କାର ଅନୁଷ୍ଠାନ ପକ୍ଷରୁ ବାବାସାହେବଙ୍କ ୧୩୪ ତମ ଜନ୍ମଦିବସ ପାଳିତ। 

 ଶୁଭମ ବାର୍ତ୍ତା :- ଭବାନୀପାଟଣା ସହର ସ୍ଥିତ ବଡପଡା ଠାରେ ସମାଜ ସଂସ୍କାର ଅନୁଷ୍ଠାନ ପକ୍ଷରୁ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଦିବସ ପାଳିତ ହୋଇଯାଇଛି ।‌ଏହି ଅବସରରେ ମୂଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଧିମାନ କ୍ଷୀରୋଦ ନାଗ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସମାଜସେବୀ ରଜନୀକାନ୍ତ ସମର୍ଲିଆ, ବିଜ୍ଞାନ ଛାତ୍ରୀ ସୁହାନୀ ନାଏକ, ଆଇନଜୀବୀ ନିମାଞ୍ଚଳ ନାଏକ ଓ ସୀମାଞ୍ଚଳ ଦୀପ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାବାସାହେବଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପରେ ତ୍ରୀଶରଣ ଗାନ କରାଯାଇ ଥିଲା। ଅତିଥି ମାନେ ଉପସ୍ଥିତ ଜନସାଧାରଣଙ୍କୁ ବାବାସାହେବଙ୍କ ଜୀବନୀ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବାବାସାହେବ ଛାତ୍ର ଜୀବନରୁ କିପରି ଶୋଷଣ, ଅତ୍ୟାଚାର ଓ ଜାତିଭେଦର ଶୀକାର ହୋଇ ମଧ୍ୟ କଲମ୍ବିଆ ଇଂଲଣ୍ଡ ଆଦି ବିଶ୍ଵ ସ୍ତରୀୟ ବିଶ୍ଵବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ସମାପନ କରିଥିଲେ ତାହା ଆଜିକାର ଶୋଷିତ ସମାଜର ଛାତ୍ରଛାତ୍ରୀ ଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ । ଦିନକୁ ଦିନ ଭାରତରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇବା ସହିତ ବୈଜ୍ଞାନିକ ମନୋଭାବକୁ ଅଣଦେଖା କରୁଥିବା ଚିନ୍ତାର ବିଷୟ ବୋଲି ଉଦବେଗ ପ୍ରକାଶ କରିଥିଲେ । ତହସିଲ ଶ୍ରୀନାଗ କଠିନ ପରିସ୍ଥିତି ସହିତ କିପରି ମୁକାବିଲା କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହୁଏ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ । ସେହିପରି ଦିଲ୍ଲୀର ପାର୍ଲିଆମେଣ୍ଟ ହଲ୍ ରେ ନିଜର ଓଜସ୍ଵିନୀ ଅଭିଭାଷଣ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିବା ଛାତ୍ରୀ ସୁହାନୀ ନାଏକ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟ ଦ୍ଵାରା ଦୃଷ୍ଟି ଆକର୍ଷଣ କରିଥିଲେ। ସମାଜସେବୀ ଶ୍ରୀ ସମର୍ଲିଆ, ଆଇନଜୀବୀ ଶ୍ରୀ ନାଏକ ଓ ଆମ୍ବେଦକର ବିଚାରଧାରା ର ଦୃଢ଼ ସମର୍ଥକ ଶ୍ରୀ ଦୀପ ମଧ୍ୟ ସାରଗର୍ଭକ ଅଭିଭାଷଣ ରଖିଥିଲେ। ପରେ ବକ୍ତୃତା, ଚିତ୍ରାଙ୍କନ, ଝୋଟି ଓ ଅନ୍ୟ ପ୍ରତିଯୋଗୀତାରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଓ ମାନପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା । ଶେଷରେ କୁନିକୁନି ଛାତ୍ରୀ ମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଜଗଜ୍ଜୀବନ କୁମାର,ବିପିନ ଭାରତୀ, ନିଖିଳ ନାଏକ, ଲକ୍ଷ୍ମଣ ମେହେର, ପାଣ୍ଡବ ମେହେର,ଗୌତମ ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷାବିତ ତଥା ଆମ୍ବେଦକରବାଦୀ ଆଶିଷ ରଂଜନ ନାଏକ ମଞ୍ଚ ପରିଚାଳନା କରିଥିଲେ । 

     କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow