ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମ୍ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ,

ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମ୍ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ,
ନର୍ଲା / ଶୁଭମ ବାର୍ତ୍ତା :- ଆଜିର ଜିନକୁ ସାରା ଦେଶ ର ବିଭିନ୍ନ ସ୍ଥାନରେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଭାବରେ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ନର୍ଲା ସହର ସ୍ଥିତ ମାଉଣ୍ଟେନ୍ କଲେଜ୍ ରେ ମଧ୍ୟ ଏହି ଦିନ କୁ ମହା ଆଡମ୍ବର ସହିତ ପାଳନ କରାଯାଇଛି l ଅଲ ଓଡିଶା ସିଡୁଲ କାଷ୍ଟ ଫଡ଼େରେସନ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ଜିଲ୍ଲା ୱାଇ ଜେ ମହାବିଦ୍ୟାଳୟର ଅଧ୍ୟାପକ ଉଦିତ କୁମାର୍ ଚଲାଣ୍ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ନର୍ଲା ବ୍ଲକ ଆଦିବାସୀ ସଂଘର ସଭାପତି ହରିଶଙ୍କର ମାଝୀ, ଆରଡବ୍ଲୁଏସ ଏସ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ,ଅଲ ଓଡିଶା ସିଡୁଲ କାଷ୍ଟ ଫଡ଼େରେସନ୍ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ୍ ବେହେରା, କୋଷାଧକ୍ଷ ବିଜୟରାଜ ଶିକ୍କା ଓ ମହିଳା ନେତ୍ରୀ ସୁଭଦ୍ରା ସେଠି,ନର୍ଲା ସରପଞ୍ଚ ତନୁଜା ହରପାଲ୍ ଗାଡେବନ୍ଧ ସରପଞ୍ଚ କବିତା ବାଗ୍ ,ସାରିଆ ସମିତି ସଭ୍ୟ ଭାସ୍କର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ୍ ସହିତ ବିଭିନ୍ନ ବ୍ଲକ୍ ରୁ ଶତାଧିକ ଆମ୍ବେଦକର୍ ପ୍ରେମୀ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ଲଳିତ ମୋହନ ଭୋଇ ଓ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ l ଆମ୍ବେଦକର ଜୟନ୍ତୀ ଅବସରରେ ବିଭିନ୍ନ କଲେଜ୍ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆମ୍ବେଦକର୍ ଙ୍କ ଜୀବନୀ କୁ ନେଇ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଅତିଥି ମାନେ ଡ଼ା. ବାବା ସାହେବ ଆମ୍ବେଦକରଙ୍କ ତ୍ୟାଗ, ସମର୍ପଣ, ଶିକ୍ଷା ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ l
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






