ଓଡିଶା ଡ୍ରାଇଭର ମହାସଂଘ ନର୍ଲା ଶାଖା ପକ୍ଷରୁ ଡ୍ରାଇଭର ଦିବସ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ,

ଓଡିଶା ଡ୍ରାଇଭର ମହାସଂଘ ନର୍ଲା ଶାଖା ପକ୍ଷରୁ ଡ୍ରାଇଭର ଦିବସ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ
ନର୍ଲା ଶୁଭମ ବାର୍ତ୍ତା :- ଆଜି ସେପ୍ଟେମ୍ବର ୧ ତାରିଖ କୁ ସାରା ଦେଶରେ ବିଭିନ୍ନ ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ଭାବେ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଡ୍ରାଇଭର ସଂଘ ପକ୍ଷ ରୁ ମଧ୍ୟ ଡ୍ରାଇଭର ଦିବସ ପାଳନ କରାଯାଇଛି।ନର୍ଲା ଡ୍ରାଇଭର ସଂଘ ର ସଭାପତି ବୀମନ୍ତ ପଧାନ୍ ଙ୍କ ନେତୃତ୍ୱ ରେ ରେଖପୁର୍ ଛକ ରୁ ଶତାଧିକ ଡ୍ରାଇଭର ଏକ ବାଇକ୍ ରାଲି ମାଧ୍ୟମ ରେ ବାହାରି ବେହେରାପାର୍ଟି ସ୍ତିତ ଡ୍ରାଇଭର ୟୁନିଅନ କାର୍ଯାଳୟ କୁ ଯାଇଥିଲେ।ସେଠାରେ ଏକ ସାଧାରଣ ସଭା ସହିତ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ମହାସଂଘର କୋଷାଧକ୍ଷ ଦାଶରଥୀ ସାହୁ , ସମ୍ମାନିତ ଅତିଥି ଭାବେ ବିଶ୍ୱରଞ୍ଜନ ମାହାର ଯୋଗଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଘ ସବୁ ସମୟରେ ତତ୍ପର ରହିଥିବା ପାଇଁ ପ୍ରବର୍ତ୍ତାଇଥିଲେ । ସଂଘର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବା ଏବଂ ପ୍ରଥମେ ନିଜେ ନିଜକୁ ଫିଟ ଓ ସୁରକ୍ଷିତ ରଖି ସାଧାରଣ ଜନତା ଙ୍କ ଜୀବନ ସୁରକ୍ଷା ପାଇଁ ଆଗେଇ ଯିବାକୁ ପରାମର୍ଶ ଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ନର୍ଲା ଡ୍ରାଇଭର ସଂଘର ସଭାପତି ବିମନ୍ତ ପଧାନ, କୋଷାଧକ୍ଷ ଧନେଶ୍ୱର ସାହୁ, ରବି ଭାଇ, ପଙ୍କଜ ଭାଇ, ନବୀନ ଭାଇ ମାୟା (ଡ଼ିଡ଼ି ଏମ ) ସମେତ ବ୍ଲକର ସମସ୍ତ ଡ୍ରାଇଭର ଭାଇ ଙ୍କ ସହିତ ନର୍ଲା ଅଞ୍ଚଳ ର ଜଣା ଶୁଣା ଆଶା କର୍ମୀ ତଥା ସମାଜ ସେବୀ ଶାନ୍ତି ମାଝୀ ଉପସ୍ଥିତ ରହିଥବା ବଳେ ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ଦୋଳମଣି ମାଝୀ ( ଜୁନିଅର ଏଲ ଟି )କୃଷ୍ଣଚନ୍ଦ୍ର ସାହୁ, ଗିରିଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।ଦିନ ଦୁଇଟା ସୁଦ୍ଧା ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଡ୍ରାଇଭର ମାନଙ୍କ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ନର୍ଲା ଅଞ୍ଚଳ ବାସୀ ପ୍ରଶଂସା କରିବା ସହିତ ସାଧାରଣ ଲୋକ ମଧ୍ୟ ସ୍ଵତଃ ପ୍ରବୃତ୍ତ ଭାବେ ଅସି ରକ୍ତ ଦାନ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ନର୍ଲା ରୁ ତପନ କୁମାର ସାହୁ ଶୁଭମ ବାର୍ତ୍ତା
What's Your Reaction?






