ପଞ୍ଚାୟତ ସ୍ଥରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଛିଲିପା ଗ୍ରାମ ପଞ୍ଚାୟତ ଠାରେ ପାଳିତ,

Jan 5, 2025 - 09:54
 0  19
ପଞ୍ଚାୟତ ସ୍ଥରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଛିଲିପା ଗ୍ରାମ ପଞ୍ଚାୟତ ଠାରେ ପାଳିତ,

ପଞ୍ଚାୟତ ସ୍ତରୀୟ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଛିଲିପା ଗ୍ରାମ ପଞ୍ଚାୟତ ଠାରେ ପାଳିତ,

ଧର୍ମଗଡ଼ ଶୁଭମ ବାର୍ତ୍ତା ୦୪/୧/(ଜନ୍ମେଜୟ ନାଏକ)। କଳାହାଣ୍ଡିର କଳା, ସଂସ୍କୃତି, ଲୋକନୃତ୍ୟ, ଆଦି ମହାନ ପରମ୍ପରା କୁ ନେଇ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୫  ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା  ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଉତ୍ସବ ପ୍ରାରମ୍ଭ ରେ ଗାଁ  ଦେବୀ ପୀଠରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଉତ୍ସବ କରାଯାଉଥିବା ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ଥାପନ  ପରେ ଶୁଭାରମ୍ଭ କରାଯାଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମେହେର, ସମ୍ମାନିତ ଅତିଥି ଭାବରେ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଜିଲ୍ଲାପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଏଡ଼, ଗୋପୀ ମହାନନ୍ଦ ,ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ପଞ୍ଚାୟତ ନିର୍ବାହୀ ଅଧିକାରୀ କେଦାରନାଥ ନାଏକ,   ବିନୟ ସାହୁ, ହିମାଂଶୁ ପୁଝାରୀ, ସନ୍ତୋଷ ପାଣିଗ୍ରାହୀ, ସୁକାନ୍ତି ସା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ।କାର୍ଯ୍ୟକ୍ରମ ରେ ସିଆରସିସି ରାଜକୁମାରୀ ନାଏକ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ମାନେ ବେଶ ଆନନ୍ଦର ସହ ଉପଭୋଗ କରିଥିଲେ,।

What's Your Reaction?

like

dislike

love

funny

angry

sad

wow