ନର୍ଲା ନିର୍ବାଚନ ମଣ୍ଡଳୀ ର ରୁପ୍ରାରୋଡ ଠାରେ ବିଜୁ ବାବୁ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ,

ନର୍ଲା ନିର୍ବାଚନ ମଣ୍ଡଳୀ ର ରୁପ୍ରାରୋଡ ଠାରେ ବିଜୁ ବାବୁ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ,
ଶୁଭମ ବାର୍ତ୍ତା :- ମାର୍ଚ୍ଚ ୫ ତାରିଖ କୁ ସାରା ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ କୁ ପାଳନ କରାଯାଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ନର୍ଲା ନିର୍ବାଚନ ମଣ୍ଡଳୀ ର ରୁପ୍ରା ରୋଡ ଠାରେ ମଧ୍ୟ ମଧ୍ୟ ବିଜୁ ବାବୁ ଙ୍କ ଜୟନ୍ତୀ କୁ ମହା ସମାରୋହ ରେ ପାଳନ କରାଯାଇଛି। ନର୍ଲା ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇ ଥିବା ବେଳେ ନର୍ଲା ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ୍ ର ବିଜୁ ଜନତା ଦଳର ସମର୍ଥକ ଙ୍କ ସହିତ ସରପଞ୍ଚ, ସମିତି ମେମ୍ବର ଓ ଶତାଧିକ ବିଜେଡି ପ୍ରେମୀ ସାମ୍ବାଦିକ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ। ପ୍ରତି ବର୍ଷ ଏହି ଦିନରେ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ସହିତ ପଞ୍ଚାୟତ ରାଜ୍ ଦିବସ ପାଳନ ହୋଇ ଥାଏ କିନ୍ତୁ ଚଳିତ ବିଜେପି ସରକାର୍ ପଞ୍ଚାୟତ ରାଜ୍ ଦିବସ କୁ ମାର୍ଚ୍ଚ ୨୪ ତାରିଖ ରେ ପାଳନ କରିବା ନିଷ୍ପତି ନେଇ ଏହି ଦିନକୁ କେବଳ ଜନ୍ମ ଜୟନ୍ତୀ ଦିବସ ଭାବରେ ପାଳନ କରି ସରକାରୀ ଛୁଟି କୁ ବାତିଲ କରି ଥିବାରୁ ତାକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ଼ ନିନ୍ଦା କରିଥିବା ଦେଖିବାକୁ ମିଳିଛି। ସରକାର୍ ଯିଏ ହେଉ ନା କାହିଁକି ନର୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ କାମ କେବେ ବି ପଛେଇବ ନାହିଁ ବୋଲି ଉଭୟ ବିଧାୟିକା ଓ ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






