ଜୟପାଟଣା ପୋଲିସ ପ୍ରଶାସନ ପକ୍ଷ ରୁ ଆଇନ୍ ସଚେତନା ଶିବିର ଅନୁଷ୍ଠିତ ।

ଜୟପାଟଣା ପୋଲିସ ପ୍ରଶାସନ ପକ୍ଷ ରୁ ଆଇନ୍ ସଚେତନା ଶିବିର ଅନୁଷ୍ଠିତ ।
ଶୁଭମ ବାର୍ତ୍ତା :- - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ IIC ନୂତନ ଥାନା ଅଧିକାରୀଣୀ ମମତା ହେମ୍ବ୍ରମ ଙ୍କ ନେତୃତ୍ୱରେ ମୁଖିଗୁଡା ଫାଣ୍ଡି ଠାରେ ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମ ରେ ମୁଖିଗୁଡ଼ା ଅଞ୍ଚଳର ଜନସାଧାରଣ ଓ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ମହାଳିକ,ସମାଜ ସେବୀ ଚତୁର ସୁନା ଉପସ୍ଥିତ ଥିଲେ, ଉକ୍ତ ନୂତନ ଅପରାଧିକ ଆଇନ ବିଷୟରେ ଜୟପାଟଣା ଥାନା ଅଧିକାରୀଣୀ ଶ୍ରୀମତୀ ହେମ୍ବ୍ରମ୍ ଜନସାଧାରଣ ଙ୍କୁ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇ ଥିଲେ ଆଉ ସେ କହିଥିଲେ ଛୋଟ ପାଠ ପଡୁଥିବା ପୁଅ ,ଝିଅ ଙ୍କୁ ଦୁଇ ଚକିଆ ଯାନ ଚଲେଇବାକୁ ନ ଦେବା ପାଇଁ ଅବିଭାବକ ଙ୍କୁ ପରାମର୍ଶ ଦେବା ସହିତ ସଚେତନ କରାଇଥିଲେ , ଅଞ୍ଚଳରେ କ୍ରାଇମ କେମିତି ହ୍ରାସ ପାଇବ ଓ କମ ବୟସ ରେ ଝିଅ ମାନଙ୍କୁ ବିବାହ ନ କରାଇବାକୁ ସଚେତନ କରାଇଥିଲେ , ଏହି ନୂତନ ଅପରାଧିକ ଆଇନ ୨୦୨୩ ରେ ଲାଗୁ ହୋଇଥିବା BNS, BNSS, BSAର ନିୟମ ଅନୁସାରେ ଲୋକଙ୍କୁ କେମିତି ସଚେତନତା କୁ ଆଣି ପାରିବା ସେଇ ସବୁ ବିଷୟ ରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟ କ୍ରମ ରେ ମୁଖିଗୁଡା ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ଭାତ୍ରା,କନେଷ୍ଟ ବଲ ଦିଲ୍ଲୀପ ବିଶି,ଓ ସାମ୍ବାଦିକ ଏବଂ ସାଧାରଣ ଜନତା, ମହିଳା ମାନେ ତଥା ବୁଦ୍ଧି ଜିବୀ ବହୁ ମାତ୍ରାରେ ଉପସ୍ଥିତ ଥିଲେ ।
କଳାହାଣ୍ଡି ରୁ ଜଗତ ରାମ ସାହୁଙ୍କ ରିପୋର୍ଟ୍ ଶୁଭମ ବାର୍ତ୍ତା
What's Your Reaction?






