ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ "ପ୍ରାରମ୍ଭ " ଉଦଘାଟିତ,

ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ "ପ୍ରାରମ୍ଭ " ଉଦଘାଟିତ,
ଶୁଭମ ବାର୍ତ୍ତା : ମା' ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ‘ପ୍ରାରମ୍ଭ' ଆଜି ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ତଥା ଏଆର୍ଏମ୍ ଭେଷଜ ମହାବିଦ୍ୟାଳୟ ଡିନ ଅଧ୍ୟାପକ ବସନ୍ତ ପ୍ରଧାନ, ସରକାରୀ ଇଞ୍ଜିନିୟରିଂ କଲେଜ୍ ଅଧ୍ଯକ୍ଷ ଅଧ୍ୟାପକ ଏସ୍ଏସ୍ ଦାସଙ୍କ ସମେତ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, କୁଳସଚିବ ପୀତାମ୍ବର ଭୋଇ, ଉପ କୁଳସଚିବ ଡ. ଜୟଦେବ ଦେବ ସାହୁ ପ୍ରମୁଖ ଅତିଥ୍ ଭାବେ ଯୋଗଦେଇ ପିଲାଙ୍କୁ ଉଦ୍ବୋଧନ ଦେଇଥିଲେ । ଅଧ୍ୟୟନ ଓ ଅଧ୍ୟବସାୟ ଛାତ୍ରଛାତ୍ରୀଙ୍କୁ ଆଗକୁ ନିଏ । ଏଣୁ ଶିକ୍ଷାରେ ଉତ୍ତମ ପ୍ରଦର୍ଶନ କରି ନିଷ୍ଠା ଓ ପ୍ରତିବଦ୍ଧତା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ସହିତ ବିଶ୍ଵ ବିଦ୍ୟାଳୟ ଓ ଜିଲା ପାଇଁ ଗୌରବ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏଥିସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରି ଆଗେଇ ଯିବାକୁ ଜିଲାପାଳ ପିଲାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିତ୍ବ ଓ ଅଧ୍ୟାପକଙ୍କୁ ସମ୍ବନ୍ଧିତ କରାଯିବା ସହିତ କୃତୀ ଏନସିସି କେଡେଟ ତଥା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ତେବେ ପରୀକ୍ଷା ପରିଚାଳନାରେ ଏକାଧିକବାର ତ୍ରୁଟି ସତ୍ତ୍ବେ ଦାୟିତ୍ବରେ ଥିବା ଅଧ୍ୟାପକ ମାନଙ୍କୁ ସମ୍ବନ୍ଧିତ କରାଯିବା ଘଟଣା ଉପସ୍ଥିତ ଶିକ୍ଷାବିତ୍ଙ୍କ ମଧ୍ୟରେ ଭୃକୁଞ୍ଚନ୍ ସୃଷ୍ଟି କରିଥିଲା । ପିଲାମାନଙ୍କ ଅନୁରୋଧ ଯୋଗୁଁ ଅଳ୍ପ ଉତ୍ସବ ପାଳନ ହେଉଛି । ଏଣୁ ବିଶ୍ଵବିଦ୍ୟାଳୟର ସମସ୍ତଙ୍କ ସହଯୋଗରେ ଉତ୍ସବ ସଫଳ ହେଇଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଉତ୍ସବ ପୂର୍ବରୁ ଆଜି ସକାଳେ ମା' ମାଣି ଣିକେଶ୍ଵରୀଙ୍କ ମନ୍ଦିରରୁ ପବିତ୍ର ମଶାଲକୁ ଏକ ଶୋଭାଯାତ୍ରାରେ ବିଶ୍ୱବିଦ୍ୟାଳୟ ପରିସରକୁ ଅଣାଯାଇଥିଲା । ସଭା ପରେ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






