ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ପକ୍ଷରୁ ପ୍ରତିବାଦସଭା ଅନୁଷ୍ଠିତ,

ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ପକ୍ଷରୁ ପ୍ରତିବାଦସଭା ଅନୁଷ୍ଠିତ,
କଳାହାଣ୍ଡି -: ଭବାନୀପାଟଣା ବ୍ଲକ ଟ୍ରାକଟର ମାଲିକ ସଙ୍ଘ ଗତ ୧୨. ୦୩. ୨୦୨୫ ରୟାଲଟି ପାଇବା ଆଶାରେ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତ ଅତ୍ୟନ୍ତ ପରିତାପର ବିଷୟ ଏହି ଯେ, ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ ହେଁ ଖଣି ବିଭାଗ, ତହସିଲ ବିଭାଗ ଏବଂ ପୋଲିସ ବିଭାଗ ଦ୍ୱାରା ଟ୍ରାକ୍ଟର ମାନଙ୍କୁ ଧରପକଡ଼ କରି ମନଇଚ୍ଛା ଫାଇନ ଆଦାୟ କରିବା ସହିତ ଟ୍ରାକ୍ଟର ମାନଙ୍କୁ ଜବତ କରି ଥାନା ରଖିବା ଓ ଡ୍ରାଇଭର ମାନଙ୍କୁ କ୍ରମାଗତ ଭାବରେ ଅଟକ ରଖି ମନଇଚ୍ଛା ଟଙ୍କା ଡିମାଣ୍ଡ କରି ଫାଇନ କାଟିବା ବର୍ତମାନ ସୁଦ୍ଧା ବଳବତର ରହିଛି ।ଫଳସ୍ୱରୂପ, କୋର୍ଟ ଚାଲାଣ ହେବା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଏବଂ ଟ୍ରାକ୍ଟର ମାଲିକ ସଙ୍ଘ ମଧ୍ୟରେ ଆଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି ∣ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମାନଙ୍କ କାମସବୁ ଠପ ହୋଇ ପଡ଼ିରହିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଭବାନୀପାଟଣାବ୍ଲକ ତଥା କୋଣ ଅନୁକୋଣ ରୁ ଗୋଟିଏ ହେଲେ ମଧ୍ୟ ଟ୍ରାକ୍ଟର କୁ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଟ୍ରାକ୍ଟର ସଙ୍ଘ ଏକଜୁଡାତା ଥିବାର ପ୍ରଣାମ ଦେଇ ଏହି ପ୍ରତିବାଦ ସଭାକୁ ସଫଳ କରିବାରେ ସକ୍ଷମ ହେଇଛନ୍ତି।ଏମିତିକି ଟ୍ରାକ୍ଟର ରେ କାର୍ଯ୍ୟରତ ୫ ରୁ ୬ ଜଣ ଶ୍ରମିକ ତାଙ୍କ ପରିବାର ମଧ୍ୟ ନିଜର ଜୀବନଜୀବିକା ପ୍ରତିପୋଷଣ କରିପାରୁନାହାନ୍ତି। ତେଣୁ ଜିଲ୍ଲା ପ୍ରଶାସନ, ଟ୍ରାକ୍ଟର ମାଲିକ ମାନଙ୍କୁ ରୟାଲଟି ପ୍ରଦାନ କରିବା ପାଇଁ ସୁବ୍ୟବସ୍ଥା କରିବାକୁ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ଅନୁରୋଧ କରାଯାଉଛି ∣ ଜିଲ୍ଲା ପ୍ରଶାସନ ଏସବୁ ସମସ୍ୟାର ଶୀଘ୍ର ସମାଧାନ କରି ସମସ୍ତ ଟ୍ରାକ୍ଟର ମାଲିକ ଓ ଶ୍ରମିକ ମାନଙ୍କୁ ରୋଜଗାର ପ୍ରଦାନ କଲେ ବିଭିନ୍ନ ସରକାରୀ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସରକାରୀ ଉନ୍ନୟନ କାର୍ଯ୍ୟ ସବୁ ସୁଚାରିରୂପେ ସମ୍ପାଦନ ହୋଇପାରିବ ବୋଲି ସଂଘର କାର୍ଯ୍ୟକର୍ତା ମାନେ ନକ୍ଟିଗୁଡା ଛକରେ ଏକତ୍ରିତ ହୋଇ ଦାବୀ ସମୂହ ଉପସ୍ଥାପନା କରିଛନ୍ତି ∣ ଯଦି ଏହି ଅସୁବିଧା ଗୁଡିକ ପୂରଣ ନକଲେ ଆଗାମୀ ଦିନରେ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ପ୍ରତେକ ଡ୍ରାଇଭର ଓ ପ୍ରତେକ ଶ୍ରମିକଙ୍କ ପରିବାର ଓ ପିଲାଛୁଆ ମାନେ ରାଜ ରାସ୍ତାରେ ଓଲ୍ଲାଇବା ସହିତ କଳାହାଣ୍ଡି ଜିଲ୍ଲା ବନ୍ଦ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେବୋଲି ଚରମ ନିଷ୍ପତ୍ତି ନେଇଛନ୍ତି ।ଏନେଇ ଏକ ପ୍ରତିବାଦ ସଭା ସ୍ଥାନୀୟ ନକ୍ଟିଗୁଡା ଛକରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ସଭାପତି ମୁଜ଼ାଫର ଅଲ୍ଲୀ ଖାଁ, ସମ୍ପାଦକ ମଣି ବାଗ, କୋଷାଧକ୍ଷ ସନ୍ତୋଷ ମୁଣ୍ଡ, ମଞ୍ଜୁର ଅଲ୍ଲୀ ଖାଁ, ବିଷ୍ଣୁ ନାଏକ, ନାରାୟଣ, ଆମ୍ପି, ଠାକୁର, ଏସ ବାବୁ, ଜାଗା, ରୋହିତ, ପ୍ରଶାନ୍ତ, ପିତ, ମୁରଲୀ ପ୍ରଧାନ, ସରୋଜ, ଗାନ୍ଧୀ ପ୍ରମୁଖ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ। ସମୟକୁ ଅପେକ୍ଷା, ଜିଲ୍ଲା ପ୍ରଶାସନ କେତେ ଶୀଘ୍ର ଏହାର ସମାଧାନ କରିବାହେବେ।
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






