ଫାସିବାଦ ମୁର୍ଦାବାଦ, ଗଣତନ୍ତ୍ର ଜିନ୍ଦାବାଦ ସାମ୍ରାଜ୍ଯବାଦମୁର୍ଦାବାଦ ସମାଜବାଦ ଜିନ୍ଦାବାଦ ଏପ୍ରିଲ 22 ପ୍ରତିଷ୍ଠା ଦିବସ ସି ପି ଆଇ (ଏମଏଲ) ଲିବରେସନ -

ରାୟଗଡା ଶୁଭମ ବାର୍ତ୍ତା :-ଆଜି ତା -22/ 04 /2025 ରିଖ ଦିନ ରାୟଗଡା ଜିଲ୍ଲା ର ସିପିଆଇ (ଏମ୍ଏଲ) ଲିବରେସନ ପାର୍ଟୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ କୋଲନରା ବ୍ଲକ ଅନ୍ତର୍ଗତ ରେଗଂଲପାଡୁ ଗାଁ ଆମ୍ଭ ତୋଟା ରେ ଚାରୁମଜୁମ ଦାର କଂ ୫୬ତମ ବାର୍ଷିକୀ ଏବଂ କମ୍ରେଡ୍ ଲେନିନଙ୍କ ୧୫୫ତମ ଜନ୍ମବାର୍ଷିକୀ ପାଳନ ରେ ମହାନ ସହିଦ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ରକାର ୱାକଫ ସଂଶୋଧନ ଆଇନ ଏବଂ ୟୁନିଫର୍ମ ସିଭିଲ କୋଡ୍ ଭଳି ଆଇନ ପାସ୍ କରିଛି, ଯାହା ସିଧାସଳଖ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି, କୃଷି ଆଇନ ପ୍ରତ୍ୟାହାର ପରେ ନୂତନ କୃଷି ବିପନ୍ନ ନୀତି ଲାଗୁ କରିବା ପାଇଁ ଚେଷ୍ଟା କରାଯାଉଛି। ଶ୍ରମ ଆଇନକୁ ଚାରୋଟି ଶ୍ରମ ସଂହିତା ସହିତ ବଦଳାଇବାକୁ ପ୍ରସ୍ତୁତି ଚାଲିଛି, ଧର୍ମାନ୍ଧତା, ଘୃଣା ଏବଂ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିବା, କ୍ୟାମ୍ପସ ଗଣତନ୍ତ୍ର ଏବଂ ଶିକ୍ଷାଗତ ସ୍ୱାଧୀନତା ଉପରେ ନୂତନ ଆକ୍ରମଣ, ଭାରତର ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସାଂସ୍କୃତିକ ନିୟନ୍ତ୍ରଣ ଏବଂ ବିଚାରଧାରାକୁ ନଷ୍ଟ କରିବା, ସେହି ସମୟରେ, ଘୃଣାପୂର୍ଣ୍ଣ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ପ୍ରଚାର ଗଣମାଧ୍ୟମ ଦ୍ୱାରା ପ୍ରରୋଚିତ ହିନ୍ଦୁତ୍ୱବାଦୀ ଦଳ ଉତ୍ତେଜିତ ବଦଂ କରିବା, ମୁସଲମାନ, ମହିଳା ଏବଂ ଦଳିତ-ବହୁଜନଙ୍କ ବିରୁଦ୍ଧରେ ହିଂସା ବଦଂ କରିବା, ମୋଦି ଭାରତରେ 'ଆଚ୍ଛା ଦିନ'ର ନାରା ଦେଇଥିଲେ, ଟ୍ରମ୍ପ ଏହାକୁ 'ମେଗା' ଅର୍ଥାତ୍ 'ଆମେରିକାକୁ ପୁଣି ଥରେ ମହାନ କରିବା' ବୋଲି କହିଛନ୍ତି, ଟ୍ରମ୍ପ ପ୍ରଶାସନ ଭାରତ ପ୍ରତି ସବୁଠାରୁ ଅପମାନଜନକ ବ୍ୟବହାର କରିବା, ମୋଦି-ଶାହା-ଯୋଗୀଙ୍କ କଂ ବୁଲ ଡୋଜର ରାଜ ବଦଂ କରିବା, ଫାସିବାଦୀ ଭାବନା ବିରୁଦ୍ଧରେ ଲଢ଼େଇ ଜାରି ରହିବାକୁ ପଡିବ, ଭାରତକୁ ଏହି ବ୍ୟାପିଥିବା ଫାସିବାଦୀ ବିନାଶରୁ ରକ୍ଷା କରିବାକୁ ପଡିବ, ଭାରତୀୟ ପୁଞ୍ଜିପତି ଶ୍ରେଣୀର ପ୍ରଭାବଶାଳୀ ବର୍ଗ ଫାସିବାଦୀ ପ୍ରକଳ୍ପ ଚାରିପାଖରେ ଏକତ୍ରିତ ହେଉଛନ୍ତି, ସେତେବେଳେ ଲୋକଙ୍କ ଗଣତନ୍ତ୍ର ଏବଂ ଜାତୀୟ ପ୍ରଗତି ନେଇ ସି ପି ଆଇ (ଏମଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ବକ୍ତବ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମ ରେ କ୍ରିଷ୍ଟା ପାଲାକା, ଅଷ୍ଟମ ଉଲକା, ମୂର୍ତ୍ତୀ ମିଣିଆକା, ଆଚାନା ମାଣ୍ଡିଗିଂ, ଶିବ ଉଲାକା, ତିପାଇ କିଲାକା , ସେବତୀ ଉଲକା, ଗୁରୁମୂର୍ତ୍ତୀ ବାଗରିଆ, ଚନ୍ଦ୍ରମଣି ଉଲକା, ସୁଭଦ୍ରା ଉଲକା ଉପସ୍ଥିତ ଥିଲେ l
ରୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା l
What's Your Reaction?






