ସ୍ବର୍ଗତ ତରିନ୍ଦ୍ର ରଣାଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼େଇଲେ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ

ନର୍ଲା/ ଶୁଭମ ବାର୍ତ୍ତା :- ଶନିବାର ଦିନ ବିଶାଖାପାଟଣା କୁ ଚିକିତ୍ସା ପାଇଁ ଯାଇ ମୃତ୍ୟୁ ବରଣ କରିଥିବା ଶିକ୍ଷକ ସ୍ବର୍ଗତ ତରିନ୍ଦ୍ର ରଣା ଙ୍କ ଆଜି ଏକା ଦଶାହ ଅବସରରେ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ର ସାଧାରଣ ସମ୍ପାଦକ ଅମିତ୍ କୁମାର ଶର୍ମା ଙ୍କନେତୃତ୍ଵ ରେ ଏକ ପ୍ରତିନିଧି ଦଳ ସ୍ବର୍ଗତ ରଣା ଙ୍କ ବାସ ଭବନ ଗୋରିହାପଦର ନିକଟସ୍ଥ ମାଢେଲ ଗ୍ରାମ କୁ ଯାଇ ସଂଘ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିବା ଅର୍ଥ ରାଶି ଟ 19600/ଙ୍କା କୁ ତାଙ୍କ ଧର୍ମ ପତ୍ନୀ ଙ୍କୁ ପ୍ରଦାନ କରିଥିଲେ ଓ ତାଙ୍କର ବିଭାଗୀୟ କାଗଜ ପତ୍ର କିପରି ଶୀଘ୍ର ହୋଇ ପାରିବ ସେ ବିଷୟରେ ସଂଘ ଦାୟିତ୍ଵ ନେବ ବୋଲି ସାନ୍ତନା ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ନର୍ଲା ବ୍ଲକ ଶିକ୍ଷକ ସଂଘର ବ୍ଲକ୍ ସଂଯୋଜକ ଡମ୍ବରୁଧର ବେହେରା, କୋର୍ କମିଟି ସଭ୍ୟ ବୃନ୍ଦ ରବିନ୍ଦ୍ରନାଥ ସେଠୀ, କ୍ଷିତିଶ ଚନ୍ଦ୍ର ମାଝୀ, ନେପାଲ ଚନ୍ଦ୍ର ବିଶ୍ବାଳ,ଓ ସୁକାନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






