ଚିକିତ୍ସା-ଅବହେଳାରୁ-ଗର୍ଭବତୀଙ୍କ-ମୃତ୍ୟୁ,

Jul 16, 2024 - 21:28
Jul 16, 2024 - 23:13
 0  24
ଚିକିତ୍ସା-ଅବହେଳାରୁ-ଗର୍ଭବତୀଙ୍କ-ମୃତ୍ୟୁ,

ଲାଞ୍ଜିଗଡ (ଶୁଭମ ବାର୍ତ୍ତା):ସରକାର ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହେଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କିଛି କର୍ମଚାରୀଙ୍କା ପାଇଁ ଏହି ସେବା ବାଟବଣା ହେବାରେ ଲାଗିଛି l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗାଁ ରେ ସଚେତନ କରୁଥିବା କଥା କୁହାଯାଉଛି ହେଲେ ତାହା କାଗଜ ପତ୍ରରେ ସୀମିତ ରହୁଛି। ସୂଚନା ଅନୁଯାୟୀ ଲାଞ୍ଜିଗଡ ବ୍ଲକ ବନ୍ଦପାରି ପଞ୍ଚାୟତ ବାଲିସରା ଗାଁର ଅମୃତ ହରିଜନଙ୍କ ସ୍ତ୍ରୀ ଶାନ୍ତି ହରିଜନ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀ ମାଳତୀ ବାଗଙ୍କୁ ଖବର ଦେଇଥିଲେ। ମାଳତୀ ବାଗ ୧୦୨ ଆମ୍ବୁଲାନ୍ସକୁ ଫୋନ କରି ତତକ୍ଷଣାତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ତାଙ୍କୁ ଅଣଦେଖା କରିଥିଲେ। ଶାନ୍ତିର ସ୍ୱାମୀ ଅନେକ କାକୁତି ମିନତୀ ହେବାପରେ କର୍ମଚାରୀ ମାନେ ଗୋଟିଏ ସାଲାଇନ ଓ ଇଞ୍ଜେକ୍ସନ ଦେଇ ସେମାଙ୍କୁ ଘରକୁ ଚାଲିଯିବା ପାଇ କହିଥିଲେ। ହେଲେ ଚିକିତ୍ସା ପରେ ମଧ୍ୟ ଶାନ୍ତିର ସ୍ୱାସ୍ଥ୍ୟବସ୍ଥା ଠିକ ହୋଇନ'ଥିଲା। ହେଲେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ନ'କରି ଆଜି ରଥଯାତ୍ରା ଡାକ୍ତରଖାନା ଛୁଟି ଅଛି ବୋଲି ଘରକୁ ଯିବାପାଇଁ କହିଥିଲେ। ପରେ ଅମୃତ ହରିଜନ ଏକ ଗାଡ଼ି ସାହାଯ୍ୟରେ ନିଜ ସ୍ତ୍ରୀ କୁ ଘରକୁ ଆଣିଥିଲେ। ଅତ୍ୟନ୍ତ ଗର୍ଭ ଯନ୍ତ୍ରଣା ହେବାରୁ ଶାନ୍ତି ହରିଜନ ମୃତ୍ୟୁ ବରଣ କରିଥିଲେ। ବିଶ୍ୱନାଥପୁର ଡାକ୍ତରଖାନା କର୍ମଚାରୀଙ୍କ ଚିକିତ୍ସାର ଅବହେଳା ଯୋଗୁଁ ଶାନ୍ତି ମୃତ୍ୟୁ ବରଣ କରିଛି ବୋଲି ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅମୃତ ହରିଜନଙ୍କ ସମେତ ପରିବାର ଲୋକେ।ଏହାକୁ ନେଇଁ ୧୧ ତାରିଖ ବିଶ୍ୱନାଥପୁର ଡାକ୍ତରୀ ଟିମ ବାଲିସରା ଗାଁକୁ ଗସ୍ତ କରି ଅମୃତ ହରିଜନଙ୍କୁ ଡାକ୍ତରଖାନା ରେ ଦିଆଯାଇଥିବା କାଗଜ ପତ୍ର ମାଗି ଥିଲେ ଓ କାଗଜ ପତ୍ର ଦେବାପରେ ସେହି କାଗଜରେ ଡକ୍ଟର ସୋହନ ସାହୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ହେଲେ ଏହାକୁ ନେଇଁ ପରିବାର ଲୋକେ ପ୍ରତିବାଦ କରିଥିଲେ ଶାନ୍ତି ହରିଜନ ମୃତ୍ୟୁ ବରଣ କରି ଗୋଟିଏ ଦିନ ପରେ ଆପଣ କାହିଁକି ଆସି ଭବାନୀପାଟଣା ସ୍ଥାନାନ୍ତର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।ତେବେ ସ୍ୱାସ୍ଥ୍ୟ ବିଭାଗର ମନମୁଖୀ କାର୍ଯ୍ୟ କଳାପକୁ ନେଇଁ ଅଞ୍ଚଳରେ ବେଶ ଅସନ୍ତୋଷ ଦେଖାଯାଇଥିଲା l ଗାଁ କୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଅଟକ ରଖି ଥିଲେ ଗ୍ରାମ ବାସି l ଅଟକ ରହିବା ପରେ ବିଶ୍ୱନାଥ ପୁର ଥାନା ଅଧିକାରୀ ମମତା ହେମ୍ରମ ଘଟଣା ସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ l ତେବେ ଏପରି ଅବହେଳା କାର୍ଯ୍ୟ କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତାହା ଦେଖବାକୁ ବାକି ରହିଲା।

What's Your Reaction?

like

dislike

love

funny

angry

sad

wow