ଜାମ ପଡ଼ା ଗାଁ କୁ ଫେରିଲା ଦାଦନ ବନ୍ ସିଂ ମାଝୀ ଙ୍କ ମୃତ ଦେହ

Jul 17, 2024 - 11:13
Jul 17, 2024 - 11:21
 0  194
ଜାମ ପଡ଼ା ଗାଁ କୁ ଫେରିଲା ଦାଦନ ବନ୍ ସିଂ ମାଝୀ ଙ୍କ ମୃତ ଦେହ

ନର୍ଲା :ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଜାମ ପଡ଼ା ଗାଁ ର ବନ୍ ସିଂ ମାଝୀ ପରିବାର ପ୍ରତି ପୋଷଣ ପାଇଁ ସୁଦୂର ତାମିଲନାଡୁ ର କୋଇମ୍ବାତୁର କୁ ଯାଇ ଥିଲେ ।ସେଠାରେ ସେ ସେ ଏକ ମାଲିକ ଙ୍କ ଇଟା ଭାଟି ରେ କାମ କିରି ନିଜ ତେଲ ଲୁଣ ର ସଂସାର କୁ ଚଳାଉ ଥିଲେ , କିନ୍ତୁ ଭାଗ୍ୟର ବିଡମ୍ବନା ରାତିରେ ଖାଇ ସାରି ଶୋଇ ଥିଲେ ହେଲେ ସେ ଜାଣି ନ ଥିଲେ ଜେ ଏହା ହେଉଛି ତାଙ୍କର ଶେଷ ନିଦ୍ରା ବୋଲି ।ସକାଳୁ ସହପାଠୀ ତାଙ୍କୁ ସ୍ଥାନୀୟ ମେଡିକାଲ କୁ ନେଇ ଥିଲେ, ଡକ୍ଟ୍ଟରୀ ପରୀକ୍ଷା ପରେ ଜଣା ପଡିଲା ସେ ଆଉ ଇହ ଧାମ ରେ ନାହାନ୍ତି ।ଏ ପଟେ ଜାମ ପଡ଼ା ଗାଁ ରେ ପରିବାର ଲୋକେ ଖବର ପାଇ କଳାହାଣ୍ଡି ଜିଲ୍ଲା ଶ୍ରମ ବିଭାଗ ର ଦ୍ବାରସ୍ଥ ହେବାରୁ ସ୍ଥାନୀୟ ପ୍ରଶାସନ ଓ ଇଟା ଭାଟି ମାଲିକ ଙ୍କ ସହାୟତା ରେ ଆଜି ଶବ ଫେରିଛି ଜାମ ପଡ଼ା ଗାଁ କୁ । ଗାଁ ରେ ଶୋକାକୁଳ ପରିବେଶ, ସୂଚନା ପାଇ ନର୍ଲା ର ସୋସିଆଲ ୱେଲ ଫେଆର ଅର୍ଗା ନାଇ ଯେସନ ର ସଭାପତି ଶାନ୍ତି ମାଝୀ ଓ ତାଙ୍କ ଟିମ୍ ଜାମ ପଡ଼ା ଗାଁ କୁ ପହଞ୍ଚି ସହାୟତା ର ହାତ ବଢ଼େଇ ଛନ୍ତି । ଗାଁ ପାଖ ନଈ ରେ ମୃତକ ଙ୍କ ଶବ ସତ୍କାର କରାଯାଇଛି ।ଇଟା ଭାଟି ମାଲିକ ମୃତକ ଙ୍କ ପରିବାର କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି । ସରକାରୀ ସାହାଯ୍ୟ ପାଇଁ ସାଧାରଣ ରେ ଦାବି ହେଉଛି ।ପୁରୁଣା ସରକାର୍ ଯାଇ ନୂଆଁ ସରକାର ଆସିଛି, ଲୋକଙ୍କ ଆଶା ଅଛି ଯେ ବର୍ତ୍ତମାନ ସରକାର୍ ଦାଦନ ରୋକିବାରେ କେତେ ସଫଳ ହେଉଛି ତାହା ଆଗାମୀ ପାଞ୍ଚ ବର୍ଷ ପରେ ଜଣା ପଡ଼ିବ ।

 ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow