କୃଷକ ନେତା ଜଗନ୍ନାଥ ମିଶ୍ର ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ

କୃଷକ ନେତା ଜଗନ୍ନାଥ ମିଶ୍ର ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ
ଶୁଭମ ବାର୍ତ୍ତା :- ବରିଷ୍ଟ କୃଷକ ନେତା ତଥା ସି ପି ଆଇ ଏମ୍ ର ରାଜ୍ୟ ନେତୃତ୍ୱ ଜଗନ୍ନାଥ ମିଶ୍ର ଙ୍କ ଗତ ରବିବାର ଦିନ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ ରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ଘଟିଥିଲା ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇ ଥିବା ବେଳେ ଛାତ୍ର ଜୀବନ ରୁ ହିଁ ସେ ବାମପନ୍ଥି ବିଚାର୍ ଧାରା ରେ ନିଜକୁ ଉତ୍ସର୍ଗ କରି ଆଜୀବନ ଅବିବାହିତ ହୋଇ ରହିଥିଲେ।ତାଙ୍କ ସ୍ମୃତି ରେ ଆଜି କଳାହାଣ୍ଡି ଜିଲ୍ଲା ର ନର୍ଲା ରୋଡ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟାଜନ କରାଯାଇ ଥିଲା।ରାଧେଶ୍ୟାମ୍ ମହାରଣା ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସି ପି ଆଇ ଏମ୍ ରାଜ୍ୟ କମିଟି ର ସଦସ୍ୟ ବିଶ୍ୱଜିତ୍ ଚଟାର୍ଜୀ, ନରସିଂହ ଥାପା, ଗଙ୍ଗାଧର ପ୍ରହରାଜ୍, ଭକ୍ତ ଚରଣ ନାଏକ୍, ସନ୍ତୋଷ ଦାସ୍ ଦେବାଧି ମାଝୀ, କୁମୁଦ ପଧାନ୍, ନବକିଶୋର୍ ସାହୁ ରେଧେଶ୍ୟାମ କେତକୀ ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁnk ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






