ଭାତ ସହ ଆମ୍ବୁଲ ଝୋଳ ଖାଇ ବିତୁଛି ଜୀବନ ପ୍ରଶାସନର ପଡୁନି ନଜର l

Jul 22, 2024 - 19:24
Jul 22, 2024 - 20:22
 0  44
ଭାତ ସହ ଆମ୍ବୁଲ ଝୋଳ ଖାଇ ବିତୁଛି ଜୀବନ  ପ୍ରଶାସନର ପଡୁନି ନଜର l

ଲାଞ୍ଜିଗଡ (ଶୁଭମ ବାର୍ତ୍ତା) :- ଦେଶ ସ୍ୱାଧୀନତାର ଅନେକ ବର୍ଷ ବିତିଗଲାଣି ଓ ବିଶ୍ୱରେ ବିକଶିତ ଦେଶ ଭାବେ ଆମ ଦେଶ ତୃତୀୟ ସ୍ଥାନ ପାଇଛି ହେଲେ ଏବେ ଯାଏଁ ଗ୍ରାମାଞ୍ଚଳରେ ଖାଇବାକୁ ମିଳୁନି ମୁଠାଏ ଭାତ କି ପିନ୍ଦିବାକୁ ବସ୍ତ୍ର  ନା ବାସ ଗୃହ l ହେଲେ ଉଭୟ ସରକାର ବିକାଶର ନାରାଦେଉଛନ୍ତି କିନ୍ତୁ ଏବେ ବି ଅନେକ ପରିବାର ଦୂରଦିନରେ ପଡି ରହିଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ମଧ୍ୟ୍ୟ ନାଇଁ l ଯାହାକି ସରକାରୀ ସହାୟତାର ଆଖି ଆଡୁଆଲରେ ଅନେକ ପରିବାର ରହିଥିବା ବେଳେ ସାହାଯ୍ୟ ଅପେକ୍ଷା ଚାହିଁ ରହିଛନ୍ତି ନିରୀହ ମାଁ ସମେତ ସାତ ବର୍ଷର ଝିଅ l ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମଦ୍ଧା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁର ସୂଶୀତା ବିଶ୍ୱାଳ ଓ ତାଙ୍କ ସାତ ବର୍ଷର ଝିଅ l ଏହି ଗାଁ ବ୍ଲକ ମୁଖ୍ୟାଳୟ ଠାରୁ ୩୫କିଲୋମିଟର ଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩କିଲୋମିଟର କିନ୍ତୁ ଏବେ ଯାଏଁ ପ୍ରଶାସନିକ ଅଧିକାରୀଙ୍କ ପଡୁନି ନଜର ଯାହାଫଳରେ ମାଁ ଝିଅ ଦୂରଦିନ ଅବସ୍ଥା ରେ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଜୀବନ lରାଜ୍ୟରେ ୨୫ବର୍ଷ ସ୍ଥିର ସରକାର ଥିଲା ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜିନା ପ୍ରସ୍ତୁତ କରିଥିଲେ ହେଲେ ଯୋଜନା ଗୁଡିକ କାହା ପାଇଁ ପ୍ରସ୍ତୁତ ହୋଇଥିଲା ଯାହାକି ନିରୀହ ନିଷ୍ପେସିତ ଲୋକେ ଯୋଜନାରୁ ବାଦପଡି ଏବେ ଦୂରଦିନ ଅବସ୍ଥାରେ ପଡି ରହିଛନ୍ତି l ସୂଚୀତା ବିଶ୍ୱାଳଙ୍କ ମାଁ ଝିଅ ପାଇଁ ନା ମିଳୁଛି ମୁଠାଏ ଖାଇବାକୁ ଭାତ ନା ମିଳୁଛି ଟିକିଏ ତରକାରୀ ନା ମିଳିଛି ପିନ୍ଦିବା ପାଇଁ ଭଲ କପଡା ଟିକେ ଭଙ୍ଗା ଦଦାର କୁଡ଼ିଆରେ ପଡିରହି ଭାତ ସହ ଆମ୍ବୁଲ ଝୋଳ ଖାଇ ବିତୁଛି ଏମାନଙ୍କ ଜୀବନ l ମୁଣ୍ଡ ଗୁଞ୍ଜିବାକୁ କେବେଲ ଭଙ୍ଗା ଦଦାର କୁଡୁଆ ହିଁ ଏମାନଙ୍କ ବିକଳ୍ପ ଏବେ ବର୍ଷା ଋତୁ ଯୋଗୁଁ ମୁଣ୍ଡ ଗୁଞ୍ଜିବା ପାଇଁ ଦୁହେଁ ମାଁ ଝିଅ ବାରଦୁଆର ଶୁଣ୍ଡି ପିଣ୍ଡା ହୋଇ ଜମା ଯନ୍ତ୍ରଣା ଭୋଗୁଛନ୍ତି l ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ନା ମିଳିଛି ରାସନ କାର୍ଡ ନା ହୋଇ ପାରିଛି ଆଧାରକାର୍ଡ ଯାହା ଦ୍ୱାରା ସରକାରୀ ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିଛନ୍ତି ମାଁ ଝିଅ l ଏମାନଙ୍କ ଦୟନୀୟ ସ୍ଥିତି ଦେଖି ଗାଁ ଲୋକେ ଦୟା କରି କିଛି ମାଁ ଝିଅ କୁ ଖାଇବାକୁ ଦିଅନ୍ତି ଯାହା ଦେଲେ ସେଥିରୁ ଟିକେ ଖାଇ ଭଙ୍ଗା କୁଡ଼ିଆ ଘରେ ପଡି ରୁହନ୍ତୁ ସେତିକି ନୁହଁ ଯେଉଁ ଦିନେ ଗାଁ ଲୋକେ ନ ଦେଲେ ଭୋକ ଉପାସରେ ମଧ୍ୟ୍ୟ ଦିନକାଟନ୍ତି l ତେବେ ଆପଣ ମାନେ ଏହି ଚିତ୍ର ଦେଖି ଠିକ ଅନୁମାନ କରି ପାରୁଥିବେ ଶୁଖିଲା ଭାତ ଓ ଆମ୍ବୁଲ ଝୋଳ ସହିତ ଭାତ ଖାଉଛନ୍ତି lଏବେ ବର୍ତମାନ ରାଜ୍ୟରେ ସରକାର ପରିବର୍ତନ ହୋଇଛି ଓ ସବ କା ସାତ ସବକା ବିକାଶ ନାରା ଦେଉଥିବା ବେଳେ ଉକ୍ତ ନିରୀହ ନିଷ୍ପେସିତ ମାଁ ଝିଅଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି l ତେବେ ଡବଲ ଇଞ୍ଜିନ ସରକାରର ନଜର କେବେ ପଡୁଛି ଓ କେବେ ସରକାରୀ ସହାୟତା ମିଳୁଛି ତାହା ଦେଖୁବାକୁ ବାକି ରହିଲା l

କଳାହାଣ୍ଡି ରୁ ମୁନା ପ୍ରଧାନୀଙ୍କ ରିପୋର୍ଟ ଶୁଭମବାର୍ତ୍ତା

What's Your Reaction?

like

dislike

love

funny

angry

sad

wow