ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ତେର୍ଲୋ ମୁନିଗୁଡା ପଡା ଶିବମନ୍ଦିର ମଣ୍ଡପ,

ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ଅଭିଯୋଗ,
ନର୍ଲା ଶୁଭମ ବାର୍ତ୍ତା :- ଓଡ଼ିଶାର ପୂର୍ବତନ ବିଜେଡ଼ି ସରକାର୍ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ହେଉ ତାର ବିକାଶ ପାଇଁ ଅନେକ ଗୁଡିଏ ଯୋଜନା କରିଥିଲେ ,ସେହି ଯୋଜନା ଭିତରୁ "ଆମ ଓଡ଼ିଶା ନବୀନ ଓଡ଼ିଶା" ନାଁରେ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ମଞ୍ଜୁର ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କେଉଁଠି ନିମ୍ନମାନର କାମତ ପୁଣି କେଉଁଠି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ଅନେକ କାମ ।ଏ ଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବାଲିସିଙ୍ଗା ପଞ୍ଚାୟତର ତେର୍ଲୋ ଗାଁ ରୁ ।ସୂଚନା ଅନୁସାରେ ତେର୍ଲୋ ଗାଁ ମୁନିଗୁଡା ପଡ଼ାର ଦୀର୍ଘ କୋଡ଼ିଏ ବର୍ଷ ହେଲା ଏକ ଝାଟି ମାଟି ଘରେ ମହାଦେବ ଶିବଙ୍କ ପୂଜା ଅର୍ଚ୍ଚନା ଚାଲି ଆସୁଛି । ସ୍ଥାନୀୟ ପ୍ରଶାସନକୁ ଅନେକ ଥର ଗୁହାରି କଲା ପରେ ଶିବ ମନ୍ଦିର ପାଇଁ ଏକ ମଣ୍ଡପ ନିର୍ମାଣ ଉଦ୍ଦେଶ୍ୟରେ "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରୁ ଚାରି ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଛି,ସୂଚନା ଫଳକ ମଧ୍ୟ ଲାଗିଛି ହେଲେ ଦୀର୍ଘ ୬ ମାସ ବିତିଯାଇ ଥିଲେ ମଧ୍ୟ ଆରମ୍ଭ ହୋଇଥିବା ମଣ୍ଡପ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରେ ଉକ୍ତ କାମ ଅଟକି ଥିବା ଅଭିଯୋଗ କରୁଛନ୍ତି ଗ୍ରାମ ବାସୀ,ଆଗକୁ ଶ୍ରାବଣ ମାସ ଆସୁଛି ମନ୍ଦିରରେ ଭକ୍ତଙ୍କ ଭିଡ଼ ହେବାକୁ ଥିବା ବେଳେ ଏହି ସମସ୍ୟା ର ସମାଧାନ ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ସାଧାରଣ ରେ ଦାବି ହେଉଛି । ନର୍ଲାରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?






