ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ଶୁଭାରମ୍ଭ,

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ଶୁଭାରମ୍ଭ,
ଶୁଭମ ବାର୍ତ୍ତା : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାର୍ଚ୍ଚ ୮ତାରିଖ ଦିନ ଆଭାସୀ ମାଧ୍ୟମରେ ଶୁଭାରମ୍ବ କରିଛନ୍ତି |ଏହି ଅବସରରେ କଳାହାଣ୍ଡି ମା ମାଣିଙ୍କେଶ୍ଵରୀ ବିଶ୍ବବିଦ୍ୟାଳୟ ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ନିବେଦିତା ରଥ,ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସିଡିଓ କମ ଇଓ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ ପ୍ରଭାତ ପରିଡା, ସାଂସଦ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲା ରେ ମହିଳା ମାନେ କିପରି ଭାବେ ସ୍ୱାବଲମ୍ବୀ ହେବେ ଏବଂ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ନିଜ ଓ ନିଜ ଅଞ୍ଚଳ ର ବିକାଶ କରିବେ ସେଦିଗରେ ଉପସ୍ଥିତ ଥିବା ଅତିଥି ନିଜର ବକ୍ତବ୍ୟ ରଖିଥିଲେ |ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ |
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






