ସ୍କୁଲ ବନ୍ଦ ଥିବାରୁ ଅଭିଯୋଗ ଆଣିଲେ ଆମଗୁଡା ଗ୍ରାମବାସୀ

Aug 31, 2024 - 12:34
Aug 31, 2024 - 12:49
 0  74
ସ୍କୁଲ ବନ୍ଦ ଥିବାରୁ ଅଭିଯୋଗ ଆଣିଲେ  ଆମଗୁଡା ଗ୍ରାମବାସୀ

ସ୍କୁଲ ବନ୍ଧ ଥିବାରୁ ଅଭିଯୋଗ ଆଣିଲେ ଗ୍ରାମବାସୀ ।

ଗୋଲାମୁଣ୍ଡା ଶୁଭମ ବାତ୍ତା (ଉପେନ୍ଦ୍ର ବଗତ୍ତି )ଗୋଲାମୁଣ୍ଡା ବ୍ଲକ ଆମଗୁଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଏହି ସ୍କୁଲରେ ଦୁଇ ଜଣ ଶିକ୍ଷକ ଥିବା ବେଳେ ଆଜି ଦିନ ୧୧ ଟା ୩୦ ମିନିଟ ସୁଦ୍ଧା ଜଣେ ବି ଶିକ୍ଷକ ଉପସ୍ଥିତ ହୋଇ ନ ଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୀର୍ଘଦିନ ଧରି ଶିକ୍ଷକମାନେ ନିୟମିତ ସମୟରେ ସ୍କୁଲରେ ପହଞ୍ଚୁ ନ ଥିବାରୁ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଳ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲ ଶିକ୍ଷକ ମାନେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟକୁ ନେଇ ନିଜେ ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି ହେଲେ ସ୍କୁଲ ବନ୍ଦ ରହୁଛି ଏପଟେ ଛାତ୍ରଛାତ୍ରୀମାନେ କିଏ ଖେଳୁଛି ତ ବାଡ଼ ଡେଉଁଛି ଏପରି ସ୍ଥଳେ କୌଣସି ଦୁର୍ଘଟଣା ଘଟେ ଦାୟୀ ରହିବେ କି ବୋଲି ମାଁମାନେ ପ୍ରକାଶ କରିଛନ୍ତି। ଏ ସମୟରେ ସହ ଶିକ୍ଷକ ଶତ୍ରୁଘନ ମେହେର ବିନା ସ୍କୁଲ ଡ୍ରେସରେ ପହଞ୍ଚିଥିଲେ । ସ୍କୁଲରେ ଅନୁପସ୍ଥିତ ଥିବା କାରଣ ତାଙ୍କୁ ପଚାରିବାରୁ ପୁଅକୁ ହିସ୍ପିଟାଲ ନେଇଥିଲି ଆସିବାରେ ବିଳମ୍ବ ହୋଇଛି ବୋଲି ପ୍ରତିକ୍ରିୟା ରଖିଥିଲେ। ସ୍କୁଲ ବନ୍ଦ ଥିବା ଖବର ପାଇ ସ୍କୁଲ ସି ଆର ସି ସି ଧାରଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଦୁଇ ଶିକ୍ଷକ ଅନୁପସ୍ଥିତ ଥିବା କଥା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଛି ବୋଲି ପ୍ରକାଶ କରିଥିଲେ। ଏପଟେ ଗ୍ରାମବାସୀ ଦୁଇ ଶିକ୍ଷକଙ୍କୁ ବଦଳି କରି ନୂତନ ଶିକ୍ଷକଙ୍କୁ ଦେବାକୁ ଗାଁର ପଦ୍ମାବତୀ ସରାପ,ଚମ୍ପା ନାଗ, ବିଘ୍ନରାଜ ପ୍ରମୁଖ ଦାବି କରିଛନ୍ତି । ଏନେଇ ଗୋଷ୍ଟି ଶିକ୍ଷା ଅଧିକାରୀ ଭବାନିଷଙ୍କର ଯୋଶୀ ଙ୍କୁ ପଚାରିବାରୁ ସେମାନେ ସ୍କୁଲ ରେ ଅନୁପସ୍ଥିତ ଥିବାରୁ ତାଙ୍କ ଉପରେ ଦୃଡ଼କାର୍ନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

What's Your Reaction?

like

dislike

love

funny

angry

sad

wow