ଶିକ୍ଷୟିତ୍ରୀ ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କାନ୍ଥିଡ଼ିଗ୍ରା ପଡ଼ା ସ୍ଥିତ ଉପ୍ରା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଜନକ ଗଉଡ ଙ୍କୁ ଆଜି ଦିନ ୩ ଟା ସମୟରେ ସ୍କୁଲ ର ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ ମୋହନ ସାହୁ ଙ୍କ ତତ୍ବାବଧାନରେ ବିଦ୍ୟାଳୟ ପରିସର ରେ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ମୁକ୍ଷ ଅତିଥି ଭାବରେ ନର୍ଲା ବ୍ଲକ୍ ଶିକ୍ଷକ ସଂଘ ର ସଭାପତି ମିନିକେଟନ ସାହୁ , ସମ୍ମାନିତ ଅତିଥି ଭାବରେ ସମ୍ପାଦକ ଅମିତ୍ କୁମାର୍ ଶର୍ମା , ଅବସର ପ୍ରାପ୍ତ ଶିକ୍ଷକ ଦୟାନିଧି ଡାଲୁଆ, ଉଗ୍ରସେନ ପଟ୍ଟନାୟକ, ପ୍ରମୁଖ ପ୍ରଥମେ ବାକ୍ ଦେବୀ ସରସ୍ଵତୀ ଙ୍କ ପୂଜନ କରି ମଞ୍ଚ ରେ ଶୋଭା ମଣ୍ଡିତ ହୋଇ ଥିଲେ।ମୁଖ୍ୟ ବକ୍ତା ଭାବରେ ଶରତ କୁମାର ମିଶ୍ର ଯୋଗ ଦେଇ ଥିବା ବେଳେ ହେମନ୍ତ କୁମାର୍ ସାହୁ ମଞ୍ଚ ପରିଚାଳନା କରିଥିଲେ। ସଭା ଶେଷ ରେ ଶିକ୍ଷକ ଅଚ୍ୟୁତ ବାରିକ୍ ଧନ୍ୟ ବାଦ୍ ଅର୍ପଣ କରି ଥିବା ବେଳେ କାନ୍ଥି ଡିଗ୍ରା ପଡ଼ାର ଜନ ସାଧାରଣ ଙ୍କ ସହିତ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ସହ ଆଖ ପାଖ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,
What's Your Reaction?






