ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ,

Dec 29, 2024 - 13:59
 0  2
ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ,

ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ,

ରାୟଗଡା ଶୁଭମ ବାର୍ତ୍ତା :- ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାୟଗଡା ଶୁଭମ ବାର୍ତ୍ତା :-ରାୟଗଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ସ୍ତରୀୟ ହାତୀ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଯାଅଛି। ମୁନିଗୁଡା ବନ୍ୟାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, କେଶୀଙ୍ଗପୂର୍, ମୁନିଗୁଡା, ଗୁଡ଼ାରୀ ରେଞ୍ଜକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରେଞ୍ଜରୁ ଗଜ ସାଥୀ ମାନେ ଉପସ୍ଥିତ ରହିଥିଲେ। ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଜଙ୍ଗଲ ଜନ୍ତୁ ସହର ମୁହାଁ ହେଉଥିବା ବେଳେ ଉଭୟ ବନ୍ୟଜନ୍ତୁ ଓ ଲୋକମାନଙ୍କ ଜୀବନ ବିପଦପୂର୍ଣ୍ଣ ରହୁଛି। ବିଶେଷ କରି ଜଂଗଲୀ ହାତୀ ମାନଙ୍କ ଦ୍ଵାରା ଆମ ଅଞ୍ଚଳରେ ଧନ ଜୀବନ ନଷ୍ଟ ହେଉଥିବା ବେଳେ ହାତୀ ଆକ୍ରମଣରେ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଇଥିବା ନଜିର ରହିଛି। ତେଣୁ ହାତୀ ମାନଙ୍କ ଗତି ବିଧିକୁ ଲକ୍ଷ୍ୟକରି ସେମାନଙ୍କ ସୁରକ୍ଷା ସହିତ ସାଧାରଣ ଲୋକମାନଙ୍କ ଧନ ଜୀବନ କିପରି ରକ୍ଷା ହୋଇ ପାରିବ ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରଶିକ୍ଷଣ ଦେଇଥିଲେ।

ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ, ଶୁଭମ ବାର୍ତ୍ତା l

What's Your Reaction?

like

dislike

love

funny

angry

sad

wow