ଦ୍ୱିତୀୟ ଦିନ ରେ ମାଉସୀ ଘରେ ପହଞ୍ଚିଲେ ମହାପ୍ରଭୁ,

Jun 28, 2025 - 20:57
Jun 28, 2025 - 21:03
 0  55
ଦ୍ୱିତୀୟ ଦିନ ରେ ମାଉସୀ ଘରେ ପହଞ୍ଚିଲେ ମହାପ୍ରଭୁ,

 ଦ୍ୱିତୀୟ ଦିନ ରେ ମାଉସୀ ଘରେ ପହଞ୍ଚିଲେ ମହାପ୍ରଭୁ,

ଶୁଭମ ବାର୍ତ୍ତା :- ଜଗନ୍ନାଥଙ୍କ ମହିମା ସାରା ବିଶ୍ବ ରେ ବିଖ୍ୟାତ ,ସେଥିପାଇଁ ଆଷାଢ଼ ମାସ ଶୁକ୍ଳ ପକ୍ଷ ର ଦ୍ୱିତୀୟା ତିଥି ଆସିଲେ ସାରା ବିଶ୍ବ ର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଟିତ ହେଉ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ନର୍ଲା ସହର ରେ ମଧ୍ୟ ଦୀର୍ଘ ୨୦ ବର୍ଷ ହେଲା ବିଶ୍ଵନିଅନ୍ତା ଙ୍କ ରଥଯାତ୍ରା ଅନୁଷ୍ଟିତ ହୋଇ ଆସୁଛି। ଆଖ ପାଖ ଅଞ୍ଚଳ ରେ ଏହି ରଥଯାତ୍ରା କେବଳ ଗୋଟିଏ ଦିନ ଅନୁଷ୍ଟିତ ହେଉ ଥିବା ବେଳେ ନର୍ଲା ସହର ରେ ହେଉ ଥିବା ରଥଯାତ୍ରା ଦୁଇ ଦିନ ଧରି ଅନୁଷ୍ଟିତ ହୋଇ ଥାଏ। ସେଥି ପାଇଁ ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନ ରେ ପ୍ରବଳ ଜନ ସମାଗମ ହେଇ ଥାଏ। ଯାତ୍ରା ରେ ଭିଡ ଯୋଗୁଁ ବେପାରୀ ମାନେ ମଧ୍ୟ ଭଲ ଦୁଇ ପଇସା ଲାଭ ପାଇ ଥାନ୍ତି। ଚଳିତ ବର୍ଷ ପ୍ରଥମ ଦିନ ସନ୍ଧ୍ୟା ୫ ଟା ସମୟରେ ପହଣ୍ଡି କାର୍ଯ୍ୟକ୍ରମ ପରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା। ଗଜପତି ଭାବେ ଶ୍ରୀଯୁକ୍ତ ମନ୍ମଥ ପୁଝାରୀ ଛେରା ପହରା କରି ଥିବା ବେଳେ ଚୁଳମଣି ଗୋଉଡିଆ,ସୁଶାନ୍ତ ଚାନ୍ଦ୍, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୁରେନ୍ଦ୍ର କୁମାର୍ ଚାନ୍ଦ, ମନ୍ମୟ ଚାନ୍ଦ୍ ପ୍ରମୁଖ ସହଯୋଗ କରିଥିଲେ।ହଜାର୍, ହଜାର୍ ଶ୍ରଦ୍ଧାଳୁ ଠାକୁର ଙ୍କୁ ରଥ ରେ ବସାଇ ମାଉସୀ ଘର ଅଭିମୁଖେ ବାହାରି ଥିଲେ , ସନ୍ଧ୍ୟା ହେବାରୁ ଡାକ ବଙ୍ଗଳା ପାଖରେ ରାତ୍ରି ରହଣି ସହିତ ଭଜନ କୀର୍ତ୍ତନ ଶହ ଠାକୁର ଙ୍କ ପୂଜା ଅର୍ଚ୍ଚନା କରା ଯାଇଥିଲା। ଦ୍ୱିତୀୟ ଦିନ ସନ୍ଧ୍ୟା ୫ ଟା ସମୟରେ ପୁନଃ ରଥ ଟଣା ହୋଇ ମାଉସୀ ଘରେ ପହଞ୍ଚିଥିଲେ ତିନି ଠାକୁର 

      ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow