କଲ୍ୟାଣ ବିଭାଗ ଛାତ୍ର ବାସରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା,

କଲ୍ୟାଣ ବିଭାଗ ଛାତ୍ର ବାସରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା,
ପରିବାର ଆଣିଲେ ହତ୍ୟା ଅଭିଯୋଗ, ଘଟଣା ସ୍ଥଳରେ ଚାପl ଉତ୍ତେଜନା,
ରାୟଗଡା ଶୁଭମ ବାର୍ତ୍ତା :-ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଗତିଗୁଡା ସ୍ଥିତ କଲ୍ୟାଣ ବିyଗର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଆଜି ଅପରାହ୍ନ ରେ ଛାତ୍ରା ବାସରେ ଫାଶୀ ହୋଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଏହା ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।ଏହି ଘଟଣା କୁ ନେଇ ବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ନିୟମ ଗିରି କୁର୍ଲି ଗ୍ରାମର ମୋହନ କରକରିଆ ଙ୍କ ପୁଅ ସୁଧୀର କରକରିଆ ହୋଇଥିବା ସୂଚନା।ଘଟଣା ସ୍ଥଳରେ ବିଷମ କଟକ ଏସଡି ପିଓ ସନ୍ତୋଷୀନି ଓରାମ ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ପହଁଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ବ କରିଛନ୍ତି। ଖବର ପାଇଁ ଜିଲ୍ଲା ମଙ୍ଗଳ ଅଧିକାରି , ବ୍ଲକ ସମ୍ପରସାରଣ ଅଧିକାରୀ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଦ୍ୟାଳୟ ରେ ପହଂଚିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ କୁ ଆଧାର କରି ସାଇଣ୍ଠିଫିକ ଟିମ ଓ ଅନୁସନ୍ଧାନ କାରି କୁକୁର ଆଣି ତଦନ୍ତ କରିବାକୁ ପୋଲିସ ପ୍ରସ୍ତୁତ ହୋଇଛି।ସୂଚନା ଅନୁଯାଏ ମୃତ ଛାତ୍ର ଦେହ ଅସୁସ୍ଥତା କାରଣ ଦର୍ଶାଇ ବିଦ୍ୟାଳୟ କୁ ଯାଇ ନଥିବା ବେଳେ ଅପରାହ୍ନରେ ସହପାଠୀ ମାନେ କଠରୀର କବାଟ ଖୁଲିବା ସମୟରେ ସୁଧୀର କରକାରୀଆ ଙ୍କୁ ଜୁଲନ୍ତା ଅବସ୍ଥା ରେ ଦେଖିଥିଲି। ଏ ନେଇ ସ୍କୁଲ କତୃପକ୍ଷ ଙ୍କୁ ସହପାଠୀ ଜଣାଇ ଥିଲେ। ଏହା ପରେ ବିଦ୍ୟାଳୟ ପକ୍ଷରୁ ବିଷମ କଟକ ଥାନା କୁ ଖବର ଦେଇଥିଲେ।
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






