ହାଇୱା ଗାଡ଼ିରେ ବାଲି ଚାଲାଣ !

Sep 26, 2024 - 08:30
 0  41
ହାଇୱା ଗାଡ଼ିରେ ବାଲି ଚାଲାଣ !

ହାଇୱା ଗାଡ଼ିରେ ବାଲି ଚାଲାଣ !  

ଗୋଲାମୁଣ୍ଡା,ଶୁଭମ ବାର୍ତ୍ତା(ଉପେନ୍ଦ୍ର ବଗର୍ତ୍ତି):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅନ୍ତର୍ଗତ କୁହୁରା ପଞ୍ଚାୟତର କଣ୍ଟାମାଲ ବୋରିଗୁମା ପଡ଼ାରେ ହାଇୱା ଗାଡ଼ିରେ ଅନବରତ ବାଲି ଚୋରାଚାଲାଣକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି। ସୂଚନାରୁ ପ୍ରକାଶ କଣ୍ଟମାଳ ଗ୍ରାମର ବିଷ୍ଣୁ ସାହୁ ଦୀର୍ଘ ଦୁଇ ବର୍ଷ ଧରି ଟେଣ୍ଡର ନେଇଥିବା ବେଳେ ଅନବରତ ହାଇୱା ଗାଡ଼ିରେ ବାଲି ଚାଲାଣ କରୁଛି । ସରକାରୀ ନିୟମ ଅନୁଯାଇ ଗ୍ରୀଷ୍ମ ଋତୁରେ ବାଲି ଚାଲାଣ ହେବା ବଦଳରେ ବର୍ଷା ଋତୁରେ ବାଲି ଚାଲାଣ ହେଉଛି। ଯାହା ଫଳରେ ଗତ ଦୁଇ ମାସ ହେବ କଣ୍ଟାମାଳ ଠୁ ବୋରିଗୁମା ରାସ୍ତାରେ ଅନବରତ କାଦୁଅ ଜମି ରହୁଛି । କାଦୁଅ ଜମୁ ଥିବାରୁ ଜନସାଧାରଣ, ଗର୍ଭବତୀ ମହିଳା ଓ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ପଡବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏ ନେଇ ଆଜି ବୋରିଗୁମା ପଡବାସୀ ହାଇୱା ଗାଡି ରୋକ ଲଗାଇବା ସହ ଟେଣ୍ଡର ରଦ୍ଧ ପାଇଁ ରାସ୍ତା ଅବରୋଧ କରି ଜିଲ୍ଲା ଖଣିଜ ବିଭାଗ ନିର୍ଦେଶକ ବିଶ୍ୱନାଥ ସୋରେନଙ୍କୁ ଫୋନ ଯୋଗେ ଅବଗତ କରିଥିଲେ । ଖବର ପାଇ ଖଣି ବିଭାଗ ଅଧିକାରୀ ତୁରନ୍ତ ବାଲିଘାଟ ସ୍ଥାନକୁ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ଶ୍ରୀ ସୋରେନ ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ ଗାଁ ଲୋକେ ବାଲିଘାଟ ଟେଣ୍ଡର ରଦ୍ଧ ପାଇଁ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଖଣି ବିଭାଗ ନିର୍ଦେଶକ ଶ୍ରୀ ବିଶ୍ୱନାଥ ସୋରେନଙ୍କୁ ପ୍ରତିକ୍ରିୟା ନିଆଯାଇଥିଲା । ତାଙ୍କ କହିବାନୁଯାଇ ବର୍ଷାଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମ ବିଭାଗକୁ କୌଣସି ଖଜଣା ଦେଇ ନାହାନ୍ତି । ବେଆଇନ ଭାବେ ବାଲି ଚୋରା ଚାଲାଣ କରିଛନ୍ତି। ଦୁଇଟି ହାଇୱା ଗାଡି ଓ ଗୋଟିଏ ଜେ ସି ବି ଗାଡିକୁ ଥାନାରେ ରଖାଯିବ ଦରକାର ପଡିଲେ ଟେଣ୍ଡର ରଦ୍ଧ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ । ବିଷ୍ଣୁ ସାହୁଙ୍କ ଉପରେ ଜୁନାଗଡ଼ ବିଧାୟକ କେପଟନ ଦିବ୍ୟଶଙ୍କର ମିଶ୍ରଙ୍କ ଆଶୀର୍ବାଦ ଅଛି ବୋଲି ଗ୍ରାମବାସୀ ମୋର କୌଣସି କ୍ଷତି କରିବେ ନାହିଁ ବୋଲି ଖୋଲାଖୋଲି ଧମକ ଦେଉଥିବା ଗାଁଲୋକେ ପ୍ରକାଶ କରିଛନ୍ତି। ତୁରନ୍ତ କଳାହାଣ୍ଡି ଜିଲ୍ଲାପାଳ ଏ ଉପରେ ଦୃଷ୍ଟି ଦେଇ ବାଲିଘାଟ ଟେଣ୍ଡର ରଦ୍ଧ କରିବାକୁ ଗ୍ରାମବାସୀ ପକ୍ଷରୁ ହେମନ୍ତ ପୁଟେଲ, ନାଗାର୍ଜୁନ ମାଝୀ, ସୁରେଶ ମାଝୀ, କୈବଲ୍ୟ ଭକ୍ତ, ଚେତାରାମ ପୁଟେଲ, ତିଳତମା ମାଝୀ, ପିରବତୀ ପୁଟେଲ,ରାଜେଶ୍ୱରୀ ମାଝୀ,ବନିତା ପୁଟେଲ,ୱାର୍ଡ ସଭ୍ୟା ରଞ୍ଜିତା ପଟେଲ,ଖେଳନୀ ହରିଜନ ପ୍ରମୁଖ ଦାବି କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow