ରୂପ୍ରା ରୋଡ ରେ ୨୮ତମ ପ୍ରତିଷ୍ଠା ଦିବସର ପ୍ରସ୍ତୁତି ବୈଠକ,

ରୂପ୍ରା ରୋଡ ରେ ୨୮ତମ ପ୍ରତିଷ୍ଠା ଦିବସର ପ୍ରସ୍ତୁତି ବୈଠକ,
ନର୍ଲା ଶୁଭମ ବାର୍ତ୍ତା :- ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରୂପ୍ରା ରୋଡ ଠାରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବିଜୁ ଜନତା ଦଳର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କର୍ମେ ଆସନ୍ତା ୨୬/୧୨/୨୦୨୪ ରିଖ ଦିନ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରୁପ୍ରା ରୋଡ ଠାରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଆଲୋଚନା କରାଗଲା ଏଥିରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି,ରାଜ୍ୟ ସରପଞ୍ଚ ସଂଘ ର ସଭାପତି ରୋମଞ୍ଚଳ ସାହୁ, ନର୍ଲା ବ୍ଲକ୍ ସରପଞ୍ଚ ସଂଘ ର ସଭାପତି ଅନ୍ତରମ୍ ମାଝୀ,ଜିଲ୍ଲା ଛାତ୍ର ଉପ ସଭାପତି ଗୋବିନ୍ଦ ତାଣ୍ଡି, ନର୍ଲା ବ୍ଲକ୍ ଛାତ୍ର ସଭାପତି ଘାସିରାମ ସାହୁ, ଭିମକେଲା ର ସରପଞ୍ଚ ପ୍ରତିନିଧି ଜୟନ୍ତ ଗୌଡ଼,ବାଗ ପୁର ର ସରପଞ୍ଚ ଗୋପାଳ ହାତୀ,ରୁପ୍ରା ରୋଡ ସରପଞ୍ଚ ହେମନ୍ତ ଭୋଇ,ସମେତ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ,ସମସ୍ତ ସମିତି ସଭ୍ୟ ସଭ୍ୟା ଓ ନର୍ଲା ବ୍ଲକ୍ ର ବିଜୁ ଜନତା ଦଳର ସମସ୍ତ ପଞ୍ଚାୟତ ସଭାପତି ଏବଂ କର୍ମୀ ଉପସ୍ଥିତ ଥିଲେ,
ନର୍ଲା ରୁ ଜଗତ ରାମ ସାହୁଙ୍କ ସହ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






