ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ , ବିଜେଡ଼ି ସମର୍ଥିତ ପୈାରଧକ୍ଷା ସଂଯୁକ୍ତା ବେହେରା ଙ୍କ ବିରୋଧରେ ଭୋଟ ଦେଲେ ୨୦ କାଉନ୍ ସିଲର୍,

Aug 12, 2024 - 19:43
Aug 12, 2024 - 19:46
 0  102
ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ , ବିଜେଡ଼ି ସମର୍ଥିତ ପୈାରଧକ୍ଷା ସଂଯୁକ୍ତା ବେହେରା ଙ୍କ ବିରୋଧରେ ଭୋଟ ଦେଲେ ୨୦ କାଉନ୍ ସିଲର୍,

 ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ , ବିଜେଡ଼ି ସମର୍ଥିତ ପୈାରଧକ୍ଷା ସଂଯୁକ୍ତା ବେହେରା ଙ୍କ ବିରୋଧ ରେ ଭୋଟ ଦେଲେ ୨୦ କାଉନ୍ ସିଲର୍,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ଆଜି ସ୍ବତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ ଗ୍ରହଣ ହୋଇ ଯାଇଛି । ଆଜି ଭୋଟ ଗ୍ରହଣ ପ୍ରକିୟା ହୋଇଥିଲା ୨୦ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ବିଜେଡିର ୧୮ଜଣ କାଉନସିଲରଙ୍କ ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏଁ କାଉନସିଲର ଉପସ୍ଥିତ ରହିଥିଲେ । ସଂଖ୍ୟା ଗରିଷ୍ଠତା ଥିବା ବିଜେଡି କାଉନସିଲରଙ୍କ ସଂଖ୍ୟା ଅଧିକ ରହିଥ‌ିବାରୁ ସିଧାସଳଖ ନିର୍ବାଚିତ ହୋଇଥିବା ପୌରଧ୍ଯକ୍ଷା ବେହେରାଙ୍କ ବିପକ୍ଷରେ ଅନାସ୍ଥା ଭୋଟ ପଡ଼ିଥିବା କାଉନସିଲର୍ ମାନେ ପ୍ରକାଶ କରିଛନ୍ତି ।ବିଜେଡିର ପୌରଧ୍ଯକ୍ଷା ଥିବା ସଂଯୁକ୍ତା ବେହେରାଙ୍କ - ବିରୋଧରେ ୨୦ ଜଣ କାଉନସିଲର ଓ ଉପାଧ୍ଯକ୍ଷା ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଏ ନେଇ ଗତ ଜୁଲାଇ ୧୨ ତାରିଖ ସ୍ବତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ପୌରଧ୍ଯକ୍ଷା ଶ୍ରୀମତୀ ବେହେରା ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ତାହା ଗତ ଜୁଲାଇ ୩୧ ତାରିଖ ଯାଏ ସ୍ଥଗିତ ହୋଇଥିଲା। ପୁଣିଥରେ ପୌରଧ୍ଯକ୍ଷା ବେହେରା ହାଇକୋର୍ଟରେ ଆବେଦନ କରିବାରୁ ଏହା ଖାରଜ ହୋଇଥିଲା। ଏହାପରେ ଜିଲାପାଳ ଅଗଷ୍ଟ ୧୨ରେ ସ୍ବତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ କରିଥିଲେ lସରକାରୀ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନ ଥିଲେ ମଧ୍ୟ ୨୦ ଜଣ କାଉନ ସିଲର ପୌରଧକ୍ଷା ବିରୋଧ ରେ ଭୋଟ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।ବିଜେଡିର ପୌରାଧ୍ଯକ୍ଷାଙ୍କୁ ନିଜ ଦଳର ବିଜେଡି କାଉନସିଲର ତିବ୍ର ବିରୋଧ କରି ଅନାସ୍ଥା ପ୍ରସ୍ତାବ ଆଣି ଗାଦିଚ୍ୟୁତ କରିବା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁଙ୍କ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow