ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ଜଣେ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର,

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ଜଣେ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଗିଗନା ପଂଚାୟତ ଫଟାଖମନ ବୁଲାଣି ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି, ଅନ୍ୟ ବାଇକ୍ ଆରୋହୀ ଗୁରୁତର ହୋଇ ଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।ମୃତ ବାଇକ୍ ଚାଳକ ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଜିବେତ୍ ନାଗ୍ ବୋଲି ଜଣା ପଡିଛି।ଶିକ୍ଷକ ଜଣକ ଅଫିସ୍ କାମରେ ନର୍ଲା ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଯାଉ ଥିବା ବେଳେ ବିପରୀତ ଦିଗରୁ ଆସୁ ଥିବା ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଶିକ୍ଷକ ଜିବେତ୍ ନାଗ୍ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଶିକ୍ଷକ ଙ୍କ ଘର ନର୍ଲା ବ୍ଲକ୍ ଅନ୍ତର୍ଗତ ଘୋଡାବନ୍ଦ୍ ଗ୍ରାମର ବୋଲି ସୂଚନା ମିଳିଛି।ଖବର ପାଇ ନର୍ଲା ଶିକ୍ଷକ ସଂଘର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରି ଥିଲେ, ପରେ ପଲମ୍ ଫାଣ୍ଡି ପୋଲିସ୍ ଓ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷ କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଥିଲା ।
What's Your Reaction?






