ବିନା କଟଣି ଛଟଣୀ ରେ ଧାନ କ୍ରୟରେ ଦାବି କରି ଭବାନୀପାଟଣାରେ ୧୨ ଘଣ୍ଟିଆ ଧର୍ମଘଟ,

ବିନା କଟଣି ଛଟଣୀ ରେ ଧାନ କ୍ରୟରେ ଦାବି କରି ଭବାନୀପାଟଣାରେ ୧୨ ଘଣ୍ଟିଆ ଧର୍ମଘଟ,
ଭବାନୀପାଟନା: ଶୁଭମ ବାର୍ତ୍ତା :- ସଦର ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱ ରେ କଂଗ୍ରେସର ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ବହୁତ ପ୍ରଭାବସଲି ପରିଲିକ୍ଷିତ ହୋଇଥିବା ଜଣାପଡିଛି।ବିଧାୟକ ଶ୍ରୀ ସାଗର ଚରଣ ଦାସ ଧାନ କାଟନି ଛଟନି ବିରୋଧରେ ଧର୍ମଘଟ ଏବଂ ଧାନ କ୍ରୟରେ ତ୍ରୁଟି ହେଉଥିବା ଦର୍ଶାଇ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଧାନ କ୍ରୟରେ ସମସ୍ତ ଭୁଲ୍ ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତିଏବଂ , ଯଦି ଧାନ କ୍ରୟ ଦାବି ଶୀଘ୍ର ପୂରଣ ନ ହୁଏ ତେବେ ପରିସ୍ଥିତି ଭାୟାବହ ହେବା ସହ ଅଧିକ ବିରୋଧ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।ମଣ୍ଡି ପରିଚାଳନାରେ ଦାୟିତ୍ବହୀନତା, ଲଗାତାର ବର୍ଷା ଯୋଗୁ ଫସଲ କ୍ଷୟକ୍ଷତି ଏବଂ ଧାନ କ୍ରୟରେ କାଟନି ଛଟନି ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି,ସେ ଅଭିଯୋଗ କରିଛନ୍ତି, ମଣ୍ଡିରେ କୃଷକମାନେ ପ୍ରତାରିତ ହେଉଛନ୍ତିଏବଂ ମଣ୍ଡିରେ ବିକ୍ରି ହେଉଥିବା ୫୦ କିଲୋ ବ୍ୟାଗ ଧାନକୁ ମଣ୍ଡି ମାଲିକମାନେ ଧାନ ବ୍ୟାଗକୁ ୭ କିଲୋଗ୍ରାମ୍ କମ୍ ଓଜନ କରି କୃଷକମାନଙ୍କୁ ପ୍ରତାରଣା କରୁଛନ୍ତି। ସେମାନେ ୭ କିଲୋଗ୍ରାମ୍ ହଡ଼ପ କରି କୃଷକମାନଙ୍କୁ କେବଳ ୪୩ କିଲୋଗ୍ରାମ୍ ମୂଲ୍ୟରେ ଟଙ୍କା ପୈଠ ପ୍ରଦାନ କରୁଛନ୍ତି । ପୁନଶ୍ଚ, ଅଖା ବ୍ୟାଗ ଏବଂ ଦଉଡି ନାମରେ କୃଷକମାନଙ୍କୁ ଲୁଟ୍ କରୁଥିବା ସେ ଅଭିଯୋଗ କରିଛନ୍ତି)।ମନ୍ତ୍ରୀମାନଙ୍କର ସମସ୍ତ ପ୍ରତିଶ୍ରୁତି ସମ୍ପୂର୍ଣ ମିଥ୍ୟା ପ୍ରମାଣିତ ହେଇଛି ଓ ବିନା କଟଣି ଛଟଣି ରେ ମଣ୍ଡିରେ ଉପଯୁକ୍ତ କ୍ରୟ ପ୍ରକ୍ରିୟା ଦାବି କରି ସରକାରଙ୍କୁ ସେ ଚେତାବନୀ ଦେବା ସହିତ ଯଥା ଶୀଘ୍ର ଧାନ କ୍ରୟରେ ସ୍ୱଚ୍ଛତା ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?






