ମାଣ୍ଡେଲ୍ ସରପଞ୍ଚଙ୍କ ଅକାଳ ବିୟୋଗ,

ମାଣ୍ଡେଲ୍ ସରପଞ୍ଚଙ୍କ ଅକାଳ ବିୟୋଗ,
ନର୍ଲା ଶୁଭମ ବାର୍ତ୍ତା :- ପୃଥିବୀ ପୃଷ୍ଠରେ ଜନ୍ମ ମାତ୍ରକେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ, କିନ୍ତୁ ଅକାଳରେ ମୃତ୍ୟୁ ବରଣ କଲେ ତାକୁ ଭୁଲିବା କଷ୍ଟକର ହୋଇ ଥାଏ ଠିକ୍ ସେହି ଭଳି ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ ପଞ୍ଚାୟତ ର କାର୍ଯ୍ୟରତ ସରପଞ୍ଚ ପଦ୍ମଲୋଚନ ଜାଲ୍ ଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହେଉଥିଲା। ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ପୂର୍ବାହ୍ନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ସନ୍ଧ୍ୟା ରେ ତାଙ୍କ ମରଶରୀର ନିଜ ଜନ୍ମ ମାଟି ମାଣ୍ଡେଲ୍ କୁ ପହଞ୍ଚିଲା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା। ସନ୍ଧ୍ୟା ୭ ରେ ନର୍ଲା ଯାଦବ ଭବନ ପଛପଟେ ନିଜ ଚାଷ ଜମି ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି। ତାଙ୍କ ବଡ଼ ପୁଅ ରଞ୍ଜନ ଜାଲ୍ ମୁଖାଗ୍ନୀ ଦେଇଥିବା ବେଳେ ସାନ ପୁଅ ସୌରଭ ଜାଲ୍ ଗୋଡପଟେ ଅଗ୍ନି ସଂଯୋଗ କରି ବାପା ଙ୍କୁ ଶେଷ ବିଦାୟ ଦେଇଥିଲେ।ସ୍ବର୍ଗତ ଜାଲ୍ ଜଣେ ସୁସଙ୍ଗଠକ ଓ ସମାଜସେବୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସେ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଏହି ଦୁଇବର୍ଷ ମଧ୍ୟରେ ଅନେକ୍ ଉନ୍ନତିମୂଳକ କାମ କରି ଥିବା ବେଳେ ପଞ୍ଚାୟତ ରେ ନିଜସ୍ଵ ଉଦ୍ୟମ ରେ ଏକ ନୂଆଁ ଯୋଜନା ର ଆରମ୍ଭ କରିଥିଲେ ,ଏହି ଯୋଜନା ରେ ରାସନ୍ ଚାଉଳ ପାଉଥିବା ହିତାଧିକାରୀ ମାନଙ୍କ ଠାରୁ ଚାଉଳ ବିତରଣ ସମୟରେ ସମସ୍ତଙ୍କ ଠାରୁ ମୁଠାଏ ଚାଉଳ ସଂଗ୍ରହ କରି ସେହି ଚାଉଳ ରୁ ଯାହା ଅର୍ଥ ମିଳୁଥିଲା ସେହି ଅର୍ଥ କୁ ପଞ୍ଚାୟତ ର ଗରିବ ଲୋକଙ୍କୁ ମେଡିକାଲ୍ ଯିବାପାଇଁ ସାହାଯ୍ୟ କରୁଥିଲେ। ତାଙ୍କ ବିୟୋଗ ରେ କଳାହାଣ୍ଡି ଜିଲ୍ଲା ର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର, ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି , ସାମ୍ବାଦିକ ନୀଳକଣ୍ଠ ବେହେରା, ଜଗତ ରାମ୍ ସାହୁ, ଲିଙ୍ଗରାଜ୍ ମିଶ୍ର ପ୍ରମୁଖ ଶେଷ କୃତ୍ୟ ସମୟରେ ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିଥିଲେ । ଏହି ସମୟରେ ମାଣ୍ଡେଲ୍ ପଞ୍ଚାୟତ ସହିତ ନର୍ଲା ବ୍ଲକ୍ ର ହଜାର ହଜାର ଲୋକ ଯୋଗ ଦେଇ ଶେଷ ସମ୍ମାନ ଜଣାଇ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






