ପଞ୍ଜିଆ ଗ୍ରାମ ଠାରେ ହର୍ଶୋଳ୍ଳାସ ର ସହିତ ଜନ୍ମାଷ୍ଟମୀ ପାଳନ l

Aug 27, 2024 - 09:01
 0  7
ପଞ୍ଜିଆ ଗ୍ରାମ ଠାରେ ହର୍ଶୋଳ୍ଳାସ ର ସହିତ ଜନ୍ମାଷ୍ଟମୀ ପାଳନ l

ପଞ୍ଜିଆ ଗ୍ରାମ ଠାରେ ହର୍ଶୋଳ୍ଳାସ ର ସହିତ ଜନ୍ମାଷ୍ଟମୀ ପାଳନ l

 ଗୋଲାମୁଣ୍ଡା 26/8/ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ) ଆଜି ଜନ୍ମାଷ୍ଟମୀ , ସାରା ବିଶ୍ଵର ହିନ୍ଦୁ ସମ୍ପ୍ରଦାୟ ଏହି ଦିନକୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିବସ ରୂପେ ପାଳନ କରୁଛନ୍ତି l କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର l ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ରେ ଦେବକୀ ଓ ବାସୁଦେବଙ୍କ ପୁତ୍ର ରୁପେ କୃଷ୍ଣ ମଥୁରାରେ ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ l ଏହି ଅବସରରେ ବିଶ୍ଵର କୋଣ ଅନୁକୋଣ ରେ ଭଗଵାନ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିବସ ପାଳନ କରୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ତ ଖମାରହଳଦୀ ଗ୍ରାମପଞ୍ଚାୟତ ପଞ୍ଜିଆ ଗ୍ରାମ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ର ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ଯ ଅତି ଆନନ୍ଦ ର ସହିତ ପୂଜାର୍ଚ୍ଚନା କରି ଭଗବାନ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିଛନ୍ତି l ଉକ୍ତ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ରେ ଗ୍ରାମର ଛୋଟଛୋଟ କିନାକୁନି ସହ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ରହି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଭଜନ ଓ ସଙ୍କୀର୍ତ୍ତନ କରିଥିଲେ । ପରିଶେଷରେ ମହା ଆନନ୍ଦର ସହ ସମସ୍ତେ ପ୍ରସାଦ ଗ୍ରହଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow