ସୁଭଦ୍ରା ଯୋଜନା କୁ ନେଇ ସ୍ବାଗତ ଓ ସଚେତନ ପଦଯାତ୍ରା,

Sep 15, 2024 - 12:15
 0  93
ସୁଭଦ୍ରା ଯୋଜନା କୁ ନେଇ ସ୍ବାଗତ ଓ ସଚେତନ ପଦଯାତ୍ରା,

 ସୁଭଦ୍ରା ଯୋଜନା କୁ ନେଇ ସ୍ବାଗତ ଓ ସଚେତନ ପଦଯାତ୍ରା,

ନର୍ଲା ଶୁଭମ ବାର୍ତ୍ତା :- ରାଜ୍ୟରେ ଦୀର୍ଘ ୨୪ ବର୍ଷ ର ବିଜେଡି ସରକାର୍ କୁ ଗାଦିଚ୍ୟୁତ କରି ବିଜେପି ସରକାର୍ ଗଠନ ହେବା ପରେ ପ୍ରଥମେ କୃଷକ ମାନଙ୍କ ଧାନ ର ମୁଲ୍ୟ ୩୧୦୦ ଟଙ୍କା କୁ ବୃଦ୍ଧି କରି ଚାଷୀ ଙ୍କ ମନ ଜିଣି,ବର୍ତ୍ତମାନ ମହିଳା ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି।ଉକ୍ତ ଯୋଜନା କିପରି ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବ ସେଥିପାଇଁ ରାଜ୍ୟର ବିଭିନ୍ନ ବ୍ଲକ୍ ରେ ସ୍ବାଗତ ଓ ସଚେତନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ଏକ ସ୍ବାଗତ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ନର୍ଲା  ବିଡ଼ିଓ ରୀପୁନାଥ ସୁନା ଙ୍କ ତତ୍ବାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ର ଶହ ଶହ SSG ମହିଳା ଯୋଗଦେଇ ନର୍ଲା ଚାରିଛକ ରେ ଥିବା ମିଶନ ଶକ୍ତି ଗୃହ ରୁ ଏକ ସଚେତନ ଶୋଭାଯାତ୍ରା ରେ ବାହାରି ନର୍ଲା ସହର ପରିକ୍ରମା କରି ଥିଲେ। ଉକ୍ତ ଶୋଭାଯାତ୍ରା ରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ବିଷୟ ରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବ୍ଲକ୍ କାର୍ଯ୍ୟଳୟ କୁ ଯାଇଥିଲେ।ପରେ ବ୍ଲକ୍ ସମ୍ମେଳନ କକ୍ଷ ରେ ସମସ୍ତ୍ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ସୁଭଦ୍ରା ଯୋଜନା ଦ୍ବାରା ଲୋକେ କିପରି ଉପକୃତ ହେବେ ସେ ବିଷୟ ରେ ଆଲୋଚନା ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବିଡ଼ିଓ ଙ୍କ ସହିତ ତହସିଲଦାର ବିଶ୍ବରଂଜନ କହଁର, ବିପିଶି ସନତ କୁମାର୍ ସାହୁ, ରୋହିତ ବିଶ୍ଵାଳ ପୂର୍ଣ୍ଣଚନ୍ଦ୍ର ବୁଦ୍ଧିଆ ଓ ବ୍ଲକ୍ ର ବିଭିନ୍ନ ପଦାଧିକାରୀ ଯୋଗ ଦେଇ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow