ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ,

Feb 13, 2025 - 20:15
 0  6
ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ,

ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଶୁଭମ ବାର୍ତ୍ତା :- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁସ୍କୁଟୀ ରେ ବୁଧବାର ଦିନ ବାର୍ଷିକ ଉତ୍ସବ ଏକ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ମହଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନର୍ଲା ଶ୍ରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତପିମଣି ଜାନୀ ବିଶିଷ୍ଟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ମାଝୀ ମୁଖ୍ୟ ବକ୍ତା ଏବଂ ସମାଜ ସେବୀ ଶ୍ରୀ ହିରୋଲାଲ ମହଲା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରୁଦ୍ରଧର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ଭିକାରୀ ଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବ ର ମୁଖ୍ୟ ଚିତ୍ତାକର୍ଷକ ଥିଲା ଶିକ୍ଷକ - ଶିକ୍ଷୟିତ୍ରୀ ଙ୍କ ମାର୍ଗଦର୍ଶୀରେ ଛାତ୍ର ଛାତ୍ରୀଙ୍କ କୁନି କୁନି ହାତରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ବିଜ୍ଞାନ ପ୍ରକଳ୍ପ ଓ FLN ଶ୍ରେଣୀ ଗୃହର ସାଜସଜ୍ଜା । ଏହାକୁ ପରିଦର୍ଶନ କରି ଅତିଥିମାନେ ଆନନ୍ଦିତ ହେବା ସହ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ଭାବରେ ମୁକ୍ତ କଣ୍ଠରେ ସ୍ଵାଗତ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କର ମନକୁ ଜିଣି ନେଇଥିଲେ। ମୁସ୍କୁଟୀ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ଆନନ୍ଦ ନାଏକ ଙ୍କୁ ସ୍ମରଣ କରି ତାଙ୍କର ଦୁଇ ପୁତ୍ର ଶ୍ରୀ ଗୟାଧର ନାଏକ ଓ ଶ୍ରୀ ତୁମେଶ୍ଵର ନାଏକ ଙ୍କୁ ସଭା ମଞ୍ଚରେ ଉଭୟ ଅତିଥି ବିଡ଼ିଓ ଓ ବିଇଓ ମହୋଦୟଙ୍କ ଦ୍ଵାରା ସମ୍ମାନିତ କରାଗଲା। ଏହା ସହ ମୁସ୍କୁଟୀ ବିଦ୍ୟାଳୟର ପୂର୍ବତନ ଅବସର ପ୍ରଧାନ ଶିକ୍ଷକ ଶ୍ରୀ ଲାଲ ସାହେବ ସାହୁ ଙ୍କୁ ମଧ୍ୟ ସମ୍ମାନିତ କରାଗଲା। କୁନି କୁନି ପିଲାମାନେ ଯୋଗାସନ ର ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗୀକୁ ସଙ୍ଗୀତର ତାଳରେ ମଞ୍ଚ ଉପରେ ପ୍ରଦର୍ଶିନକରି ଦର୍ଶକଙ୍କର ମନକୁ ଖୁସି କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିବେଶିତ ହୋଇଥିଲା। 

What's Your Reaction?

like

dislike

love

funny

angry

sad

wow