ଅଦିନିଆ ବର୍ଷା ପ୍ରଭାବରେ ଚାଷୀକୁଳ ହନ୍ତସନ୍ତ ମେଘୁଆ ସାଙ୍ଗକୁ ଲଗାତାର ବର୍ଷ

Dec 20, 2024 - 18:37
 0  16
ଅଦିନିଆ ବର୍ଷା ପ୍ରଭାବରେ ଚାଷୀକୁଳ ହନ୍ତସନ୍ତ  ମେଘୁଆ ସାଙ୍ଗକୁ ଲଗାତାର ବର୍ଷ

ଅଦିନିଆ ବର୍ଷା ପ୍ରଭାବରେ ଚାଷୀକୁଳ ହନ୍ତସନ୍ତ ମେଘୁଆ ସାଙ୍ଗକୁ ଲଗାତାର ବର୍ଷା l

ରାୟଗଡା ଶୁଭମ ବାର୍ତ୍ତା :-ରାୟଗଡା ଜିଲାରେ ଅଦିନିଆ ବର୍ଷାର ପ୍ରଭାବ ଦେଖାଦେଇଛି । ଗତ ଦୁଇ ଦିନ ହେଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁ ଗୁଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷାର ପ୍ରଭାବ ଦେଖା ଦେଇଛି।ବର୍ଷାର ପ୍ରଭାବ ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ବିଶେଷ କରି ଏହି ସମୟରେ ଧାନ, ମାଣ୍ଡିଆ, ଓ କପା ଫସଲର ଅମଳ ହୋଇଥାଏ। ଏବେ ଚାଷୀ ନିଜର ସୁନାର ଫସଲ ଅମଳ କରିବା ସମୟରେ ଅଦିନିଆ ବର୍ଷା କୁ ନେଇ ଭୟଭୀତ ଅବସ୍ଥା ରେ ରହିଛି। ବିଭିନ୍ନ ସ୍ଥାନରେ ଧାନ କିଆରି ରେ ଧାନ ମାଣ୍ଡିଆ ପଡି ରହିଥିବା ବେଳେ ଗଛରେ କପା ରହିଛି।ଅମଳ କରିବା ସମୟରେ ଏଭଳି ଅଦିନିଆ ବର୍ଷା କୁ ନେଇ କ୍ଷତି ସହିବା ଆଶଙ୍କାରେ ଚାଷୀକୂଳ ଭୟବିତ ଅବସ୍ଥା ରେ ରହିଛି। ଚାଷୀ ନିଜ ଧାନ ଅମଳ ପାଇଁ ପ୍ରସ୍ତୁତ ହୋଇଥିବା ରୁ ଧାନ କେଣ୍ଡା କାଟି ନିଜ ବିଲରେ ରଖିଛି। ବର୍ତମାନ ଏଭଳି ଅଦିନିଆ ବର୍ଷା ର ପ୍ରଭାବ ଦେଖି ନିଜ ଫସଲ କୁ କେମିତି ଅମଳ କରିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ । ଏଭଳି ପରିସ୍ଥିତି ରେ କେଉ ଚାଷୀ ମେସିନ ଦ୍ୱାରା ନିଜ ଧାନକୁ ତରବରିଆ ଭାବେ ଅମଳ କରି ନେଇ ଯାଉଛି ତ ଆଉ କେଉ ଚାଷୀ ନିଜ କିଆଁରୀରେ ପଡି ରହିଥିବା ଧାନ କେଣ୍ଡା କୁ ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗିପଡିଛନ୍ତି।ଏହି ଅଦିନିଆ ବର୍ଷା ଆସନ୍ତା ବାଇଶି ତାରିଖ ପର୍ଯ୍ୟନ୍ତ ରହିବା ଆଶଙ୍କା ଥିବାରୁ ଚାଷୀକୂଳ ନିଜ ଅମଳ କରିଥିବା ଫସଲକୁ ସୁରକ୍ଷା ଦେବାରେ ଲାଗିପଡିଛନ୍ତି। ବର୍ତମାନ ବିଷମ କଟକ ବ୍ଲକରେ ମଣ୍ଡି ଆରମ୍ବ ହୋଇ ଥିଲେ ସୁଦ୍ଧା ପାଇକଡାକୁଲୁଗୁଡା ଚାଷୀ କୂଳ ନିଜ ଅମଳ ଧାନ କୁ ଖଳାରେ ରଖିଥିବା ଦେଖିବା ପାଇଁ ମିଳିଛି ।

ରାୟଗଡା ଜିଲ୍ଲା ପ୍ରତିନିଧି ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow