ନର୍ଲା ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ବାରାହା ଆତଙ୍କ,ଚିନ୍ତା ରେ ଚାଷୀ

ନର୍ଲା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ବାରାହା ଆତଙ୍କ, ଚିନ୍ତା ରେ ଚାଷୀ
ନର୍ଲା ଶୁଭମ ବାର୍ତ୍ତା :- ଅଦିନିଆ ବର୍ଷା ସହିତ ବାରାହା ଉପଦ୍ରବ ଚାଷୀ ଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି।ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସତ୍ତ୍ୱେ ଅତି କଷ୍ଟରେ ଧାନ ଚାଷ କରିଥିଲେ ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରାରୋଡ, ବଲବସ୍ ପୁର୍, ସରିଆଁ ଉଳିକୁପା ଅଞ୍ଚଳର ଚାଷୀ ହେଲେ ପ୍ରତିଦିନ ରାତିରେ ନିକଟସ୍ଥ ଜଙ୍ଗଲ ରୁ ବାରାହା ପଲ ଆସି ଅମଳ ହେବାକୁ ଥିବା ଧାନ ବିଲ ରେ ପଶି, ପାଚିଲା ଧାନ କୁ ଖାଇବା ସହିତ ଦଳି ମକଚି ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳ ର ଚାଷୀ। ବିଭାଗୀୟ ଅଧିକାରୀ ଉକ୍ତ ଅଞ୍ଚଳ କୁ ଯାଇ କ୍ଷୟ କ୍ଷତି ର ଆକଳନ କରିବା ସହିତ କ୍ଷତି ପୂରଣ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






