ନର୍ଲା ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆସୁ ଆରୋଗ୍ୟ କାମନା ପାଇଁ ସମୂହ ପୂଜାର୍ଚ୍ଚନା

ନର୍ଲା ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆସୁ ଆରୋଗ୍ୟ କାମନା ପାଇଁ ସମୂହ ପୂଜାର୍ଚ୍ଚନା,
ଶୁଭମ ବାର୍ତ୍ତା କିଛି ଦିନ ହେଲା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ଙ୍କ ଦେହ ଅସୁସ୍ଥ ଥିବା ରୁ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି, ତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସାରା ରାଜ୍ୟରେ ବିଜେଡି ନେତା,କର୍ମୀ ଓ ଓଡ଼ିଶା ର ଅଗଣିତ ବିଜେଡି ପ୍ରେମୀ ବିଭିନ୍ନ ମଠ ମନ୍ଦିର କୁ ଯାଇ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ଆସୁ ଆରୋଗ୍ୟ କାମନା ଉଦ୍ଦେଶ୍ୟ ରେ ପୂଜା ଅର୍ଚ୍ଚନା କରୁ ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ବଲଭଦ୍ରେଶ୍ୱର ଶିବ ମହାଦେବ ଙ୍କ ପାଖରେ ନର୍ଲା ବିଜେଡି ପକ୍ଷ ରୁ ମଧ୍ୟ ସମୂହ ପୂଜାର୍ଚ୍ଚନା ସହିତ ଦୀପ ପ୍ରଜ୍ବଳନ କରାଯାଇଛି। ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଉକ୍ତ ସମୂହ ପୂଜନୋତ୍ସବ ରେ ନର୍ଲା ବିଜେଡି ତ୍ରିଲୋଚନ୍ ଗଉଡିଆ, ଘାସି ରାମ୍ ସାହୁ, ଦେବାଶିଷ ପଟ୍ଟନାୟଙ୍କ , ଲକ୍ଷ୍ମଣ ମାଝୀ,କିଶୋର୍ ମାଝୀ, ପୂର୍ଣ୍ଣ ଚନ୍ଦ୍ର ପୁଝାରୀ, ଅନିରୁଧ ବାଗ୍, ରୋହିତ୍ ମାଝୀ,ପ୍ରିୟବ୍ରତ ଚାନ୍ଦ, ବିଷ୍ଣୁ ବିଶ୍ଵାଳ, ଶଙ୍ଖନିଧି ଗଉଡିଆ, ଅଜିତ୍ ପଟ୍ଟନାୟକ, ପଙ୍କଜିନି ନାଏକ ଙ୍କ ସହିତ ମା ମାଣିକେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଟି ର ମହିଳା ଓ ଶତାଧିକ ନବୀନ୍ ପ୍ରେମି ଉପସ୍ଥିତ ରହି ପୂଜକ ଶ୍ରୀଯୁକ୍ତ ପ୍ରଭୋବ୍ ଚାନ୍ଦ ଙ୍କ ହାତରେ ପୂଜା କରାଇ ଶ୍ରୀଯୁକ୍ତ ପଟ୍ଟନାୟ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






