ଲାଞ୍ଜିଗଡବ୍ଲକ ଭୂର୍ଟି ଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି,

ଲାଞ୍ଜିଗଡବ୍ଲକ ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ତିଗଡ ସରକାରୀ 5t ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ବିଜେଡ଼ି ସରକାର ଶାସନ ସମୟ ରେ 2023 /24 ମସିହା ରେ ଉକ୍ତ ସ୍କୁଲ ର ରୂପାନ୍ତିକରଣ ପାଇଁ 5t ଯୋଜନା ରେ ପାଖା ପାଖି ସତୁରି ଲକ୍ଷ୍ୟ ଟଙ୍କା ର ବିଭିନ୍ନ କାର୍ଯ୍ୟ ତତ କାଳୀନ ବିଡ଼ିଓ ଏବଂ ଲାଞ୍ଜିଗଡ ବ୍ଲକର ଜଣେ ବିଜେଡ଼ି ନେତ୍ରୀ ଙ୍କ ସ୍ୱାମୀ ନିଜେ ଠିକାଦାର ସାଜି କାର୍ଯ୍ୟ ଟିକୁ ଅତି ରୁ ଅତି ନିମ୍ନ ମାନର କରି ପାଖା ପାଖି 35 ଲକ୍ଷ୍ୟ ଟଙ୍କାର ଘୋଟଲା କରାଯାଇ ଥିବାର ଅଭିଯୋଗ ହୋଇଛି ତିନିରୁ ଚାରି ହଜାର ମାର୍କେଟ ଭେଲୁ ଥିବା ଚିୟାର ଟେବୁଲ କୁ 12 ରୁ 15 ହଜାର ଟଙ୍କା ର ଅତ୍ୟଧିକ ଚଢ଼ା ଦରରେ ବିଲ କରାଯାଇ ଥିବା ବେଳେ ଅନେକ କାର୍ଯ୍ୟ ନ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ମିଥ୍ୟା ବିଲ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ଧମକ ଚମକ ଦେଇ ଦସ୍ତଖତ କରାଇ ଥିବା ସେହି ନାରୀ ନେତ୍ରୀ ଙ୍କ ସ୍ୱାମୀ ଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି! ତତ ସଂଗେ ସଂଗେ ଉକ୍ତ ସ୍କୁଲ ରେ ଶ୍ରମିକ ମାନଙ୍କ ନାମରେ ଦଶଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ର ମିଥ୍ୟା ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ଏହି ସ୍କୁଲ କାର୍ଯ୍ୟ ମହା ଘୋଟାଲା ରେ ତତ କାଳୀନ ବିଡ଼ିଓ ଏବଂ ସମ୍ପୃକ୍ତ ଠିକାଦାର ଓ ସ୍କୁଲ କୁ ବିଭିନ୍ନ ସାମଗ୍ରୀ ଯୋଗାଇ ଥିବା ଜଣେ ଅସାଧୁ ବ୍ୟବସାୟୀ ଓ ବ୍ଲକ ଶିକ୍ଷ୍ୟା ଅଧିକାରୀ ଙ୍କ ମିଳି ଭଗତ ରେ ସମସ୍ତ ଦୁର୍ନୀତି ହୋଇଥିବା କୁହା ଯାଉଛି ଏଭଳି କି ସ୍କୁଲ ଏମ ଭି ବିଲ ବୁକ ମଧ୍ୟ ଵେ ଆଇନ ଭାବରେ ଠିକାଦାର ନିଜେ ତାଙ୍କ ନିଜ ହାତ ଲେଖା ଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମିଥ୍ୟା ବିଲ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି!ଏହା ଭାତ ହାଣ୍ଡିରୁ ଗୋଟେ ଏଭଳି ବ୍ଲକ ସମସ୍ତ 24 ଗୋଟି 5t ସ୍କୁଲ ରେ କୋଟି କୋଟି ଟଙ୍କା ର ମହା ଦୁର୍ନୀତି ର ଗନ୍ଧ ପଦାକୁ ଆସୁଛି ଏଣୁ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ ନିର୍ଦେଶ ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଗୋଚର ନିମନ୍ତେ ଦାବି ହେଉଛି,
What's Your Reaction?






