ବେଆଇନ ଭାବେ ଗଛିତ ଧାନ କୁ ନେଇ ଯୋଗାଣ ବିଭାଗ ତରଫରୁ ଦୁଇଟି ସ୍ଥାନରେ ରେଡ।

Dec 15, 2024 - 18:50
Dec 15, 2024 - 18:54
 0  23
ବେଆଇନ ଭାବେ ଗଛିତ ଧାନ କୁ ନେଇ ଯୋଗାଣ ବିଭାଗ ତରଫରୁ ଦୁଇଟି ସ୍ଥାନରେ ରେଡ।

ବେଆଇନ ଭାବେ ଗଛିତ ଧାନ କୁ ନେଇ ଯୋଗାଣ ବିଭାଗ ତରଫରୁ ଦୁଇଟି ସ୍ଥାନରେ ରେଡ।

ରାୟଗଡା ଶୁଭମ ବାର୍ତ୍ତା :- ବିଷମ କଟକ ବ୍ଲକ ଦୁର୍ଗୀ ଗ୍ରାମରେ ମିଲ ମାଲିକ କେ.ମୋହନ ରାଓ ବେଆଇନ ଭାବେ ଦୁଇଟି ସ୍ଥାନରେ ଧାନ ରଖିଥିବା ଅଭିଯୋଗରେ ମିଲ ସମେତ ଦୁଇଟି ଗୋଦାମରେ ରେଡ ହୋଇଛି। ଗୁଣୁପୁର ଯୋଗାଣ ଅଧିକାରୀ,ମାଜିଷ୍ଟେଟ ଭାବେ ବିଷମ କଟକ ତହସିଲଦାର,ଓ ବିଷମ କଟକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ଗୋଟିଏ ଗୋଦାମ ରେ ଚାଷୀଙ୍କ ଧାନ ରହିଥିବା ବେଳେ ଅନ୍ୟ ଏକ ଗୋଦାମ ରେ ୪୦୦ ବସ୍ତା ରହିଥିବା ବେଳେ ସେହି ଧାନର ସଠିକ ତଥ୍ୟ ପ୍ରମାଣ ନଥିବାରୁ ବେଆଇନ ଧାନ ହୋଇଥିବା ସନ୍ଧେହରେ ଏହି ୪୦୦ପେକେଟ୍ ଧାନ କୁ ଜବତ କରି ତଦନ୍ତ ଚଲେଇ ଥିବା କହିଛନ୍ତି ଗୁଣୁପୁର ଅତିରିକ୍ତ ଯୋଗାଣ ଅଧିକରି ଦେବବ୍ରତ ମହାପାତ୍ର ।

ରାୟଗଡା ଜିଲ୍ଲା ପ୍ରତିନିଧି ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow