ପଲମ୍ ସ୍ଥିତ ସରକାରୀ ବିଦ୍ୟାଳୟ ରେ ତାଲା ଝୁଲିବା ଘଟଣା ପାତର ଅନ୍ତର ନିତୀ ଅବଲମ୍ବନ କରୁଛନ୍ତି ବ୍ଲକ ଶିକ୍ଷ୍ୟା ଅଧିକାରୀ,

Dec 14, 2024 - 11:30
Dec 15, 2024 - 06:39
 0  21
ପଲମ୍ ସ୍ଥିତ ସରକାରୀ ବିଦ୍ୟାଳୟ ରେ ତାଲା ଝୁଲିବା ଘଟଣା ପାତର ଅନ୍ତର ନିତୀ ଅବଲମ୍ବନ କରୁଛନ୍ତି ବ୍ଲକ ଶିକ୍ଷ୍ୟା ଅଧିକାରୀ,

ପଲମ୍ ସ୍ଥିତ ସରକାରୀ ବିଦ୍ୟାଳୟ ରେ ତାଲା ଝୁଲିବା ଘଟଣା ପାତର ଅନ୍ତର ନିତୀ ଅବଲମ୍ବନ କରୁଛନ୍ତି ବ୍ଲକ ଶିକ୍ଷ୍ୟା ଅଧିକାରୀ,

ନର୍ଲା ଶୁଭମ ବାର୍ତ୍ତା :- ଗତ କିଛିଦିନ ତଳେ ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ସରକାରୀ ବିଦ୍ୟାଳୟ ରେ ପୂର୍ବତନ ସଭାପତି ଯୋଶୋବନ୍ତି ସାହୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଅନ୍ୟାୟ କରାଯଇଥିବା ପ୍ରତିବାଦରେ ସ୍କୁଲ ରେ ତାଲା ମାରିଥିବା ଘଟଣା ଏବେ ସମଗ୍ରବ୍ଲକ ରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି! ବି ଇ ଓ ସମସ୍ତ ପ୍ରକାର ନୀତି ନିୟମ କୁ ନ ମାନି ବର୍ତ୍ତମାନ ସ୍କୁଲ ସଭାପତି ପଦରେ ଉମାଶଙ୍କର ମିଶ୍ରଙ୍କୁ ଦାୟିତ୍ଵରେ ଅବସ୍ଥାପିତ କରିଥିବା ଅଭିଯୋଗ ଆଣିଛନ୍ତି ଯୋଶୋବନ୍ତି ସାହୁ । ନୂତନ ସଭାପତି ଙ୍କୁ ନର୍ଲା ବ୍ଲକ୍ ଶିକ୍ଷା ଅଧିକାରୀ ତପିମଣି ଜାନି ଓ ସହ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଙ୍କ ଭିତିରିଆ ବୁଝା ମଣା ଥିବା ଶ୍ରୀମତୀ ସାହୁ ଅଭିଯୋଗ ଆଣିଛନ୍ତି । ଶ୍ରୀମତୀ ସାହୁ ଙ୍କ ଅଭିଯୋଗ ଅନୁଯାୟୀ ମୋତେ କୌଣସି କାରଣ ନ ଦର୍ଶାଇ ସଭାପତି ପଦରୁ ଅସମ୍ବିଧାନିକ ଭାବରେ କାହିଁକି ହଟାଇ ଦିଆଯାଇଥିଲା ତାହା ଏକ ବଡ଼ ପ୍ରଶ୍ନ ଏହି ଷଡ଼ଯନ୍ତ୍ର କାରଣ ର ମୁଖ୍ୟ ନାୟକ ସ୍କୁଲ ପ୍ରଧାନ ଶିକ୍ଷକ ବ୍ଲକ୍ ଶିକ୍ଷା ଅଧିକାରୀ ତପିମଣି ଜାନି ଓ ବ୍ଲକ୍ ସହ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଙ୍କ ମିଳି ଭଗତରେ ଉକ୍ତ ସ୍କୁଲ କୁ ଆସିଥିବା ସରକାରୀ ଫଣ୍ଡ କୁ ବେନିୟମ ଭାବେ ଚଳୁ କରିବାରେ ଲିପ୍ତ ଥିବା ଅଭିଯୋଗ ଆଣିଛନ୍ତି ଶ୍ରୀମତୀ ସାହୁ । ଏପରି ଭାବରେ ନର୍ଲା ବ୍ଲକ୍ ରେ ବିଭିନ୍ନ ସ୍କୁଲ ମାନଙ୍କ ରେ ବ୍ଲକ୍ ଶିକ୍ଷା ଅଧିକାରୀ ସହ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ମାନଙ୍କ ସଲାସୁତୁରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସୁଥିବା ସ୍କୁଲ ପୋଷାକ ବଣ୍ଟନ ରେ ବ୍ୟାପକ ପିସି କାରବାର ହେଉଥିବା ସାଧାରଣରେ ଆଲୋଚନା ହେଉଛି ଏବଂ ଏଫ୍ ଏଲ୍ ଏନ ଫଣ୍ଡ କୁ ସ୍ଥାନୀୟ ବେପାରୀ ଙ୍କ ଠାରୁ ମୋଟା ଅଙ୍କ ର ପିସି ନେଇ ଅହେତୁକ ଅନୁକମ୍ପା ଦେଖାଇ ବିଭାଗୀୟ ଅଧିକାରୀ ନର୍ଲା ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ମିଳିତ ସହଯୋଗ ରେ କୋଟି କୋଟି ଟଙ୍କା ପିସି କାରବାର କରି ଶିକ୍ଷା ବିଭାଗ କୁ ନଷ୍ଟ ଭ୍ରଷ୍ଟ ଓ ତଳିତଳାନ୍ତ କରି ଦେଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ଓ ତେଣୁ ନୂତନ ଭାଜପା ସରକାର ଏଭଳି ଦୁର୍ନୀତି ରେ ଲିପ୍ତ ଥିବା ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀ ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ମାନଙ୍କ ସ୍ଥାବର ଆସ୍ଥାବର ସମ୍ପତି ଯାଞ୍ଚ କରାଗଲେ ବହୁ ବେଆଇନ ଆୟ ବିହିର୍ଭୁତ ସମ୍ପତି ଲୋକ ଲୋଚନ ଙ୍କୁ ଆସିବ ବୋଲି ଶ୍ରୀମତୀ ସାହୁ ଅଭିଯୋଗ ଆଣିଛନ୍ତି ଏଣୁ ଏହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

ନର୍ଲାରୁ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow