ନର୍ଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ,

Dec 17, 2024 - 06:05
 0  55
ନର୍ଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ,

ନର୍ଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

 ନର୍ଲା ଶୁଭମ ବାର୍ତ୍ତା :- ସମାଜରେ ଜଣେ ସଂସ୍କାରି ମଣିଷ ଗଠନ କରି ବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶିକ୍ଷ୍ୟା ଅନୁଷ୍ଠାନ ହେଉଛି ସରସ୍ୱତୀ ଶିଶୁ ମନ୍ଦିର, ଆମ ରାଜ୍ୟ ଓଡ଼ିଶା ରେ ଶତାଧିକ ଏଭଳି ଶିକ୍ଷ୍ୟା ଅନୁଷ୍ଠାନ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅନ୍ୟତମ। ଏହି ଶିକ୍ଷ୍ୟା ଅନୁଷ୍ଠାନ ଟି ୩୫ ବର୍ଷ ତଳେ ୧୯୯୦ ମସିହା ଅଗଷ୍ଟ ୧୩ ତାରିଖ ଜନ୍ମାଷ୍ଟମୀ ଦିନ ଆରମ୍ଭ ହୋଇଥିଲା, ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉକ୍ତ ଶିକ୍ଷାନୁଷ୍ଠାନ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ର ପ୍ରାରମ୍ଭିକ ପର୍ଯ୍ୟାୟରେ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସାରଥୀ ନାୟକ ଙ୍କ କର କମଳ ରେ ଦୀପ ପ୍ରଜ୍ବଳନ ସହିତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଉକ୍ତ ଶିକ୍ଷାନୁଷ୍ଠାନ ରେ ପାଠ ପଢି ନର୍ଲା ଅଞ୍ଚଳ ର ଅନେକ ଛାତ୍ର ଛାତ୍ରୀ ସରକାରୀ ଓ ବେସରକାରୀ ଚାକରି କରି ଅନୁଷ୍ଠାନ ସହିତ ନର୍ଲା ଅଞ୍ଚଳ ର ଗୌରବ ଭାବରେ ନିଜକୁ ପରିଗଣିତ କରିପାରିଛନ୍ତି। ଚଳିତ ବର୍ଷ ଉକ୍ତ ଶିକ୍ଷାନୁଷ୍ଠାନ ରେ ପାଠ ପଢି ଥିବା ଛାତ୍ର ତୁଳସୀ ରାମ୍ ମାଝୀ ଓ ଏ ଏସ୍ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଉକ୍ତ ସ୍କୁଲ୍ ସହିତ ନର୍ଲା ଅଞ୍ଚଳ ରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ପାତ୍ର ହୋଇଛନ୍ତି।ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିବା ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସ୍କୁଲ୍ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଟିତ ହୋଇ ଥିଲା। ପ୍ରଥମେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରି ବେଷଣ ପରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ସ୍ୱଳ୍ପ ସମୟ ଭିତ୍ତିକ ନାଟକ ଉପସ୍ଥିତ ଦର୍ଶକ ଙ୍କ ମନ କୁ କିଣି ନେଇ ଥିଲା ।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow