ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡି ଜବତ ଦୁଇ ଜଣ ଗିରଫ,

ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡି ଜବତ ଦୁଇ ଜଣ ଗିରଫ,
ରାୟଗଡା ଶୁଭମ ବାର୍ତ୍ତା :- ଗତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଆଇ.ଆଇ.ସି ଶ୍ରୀମତୀ ସୌଦାମିନୀ ବେହେରା ଏକ ଟିମ ଧରି ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା ନିକଟରେ ଏକ ଟାଟାଏସି ଗାଡି ନମ୍ବର UP-12- B-6922 ଉପରେ ଅତର୍କିତ ଚଢ଼ାଉ କରି ୧୭୯ Kg ୫୦୦ grm ଗଞ୍ଜେଇ ଜବତ ସହ ଦୁଇଜଣ ଙ୍କୁ ଗିରଫ କରିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ଠାରୁ ନଗଦ ୧୧୦୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରାଯାଇଛି, ଜବତ ଗଞ୍ଜେଇର ମୂଲ୍ୟ ୧୮ ଲକ୍ଷ୍ ହେବ ବୋଲି ବିଷମକଟକ SDPO ସନ୍ତୋଷିନୀ ଓରାମ ପ୍ରେସ ବିବୃତି ଦେଇଛନ୍ତି ! ଗଞ୍ଜେଇ ଗାଡିଟି ଗୁଡାରୀ ଅଂଚଳରୁ ଡାଙ୍ଗସୋରଡ଼ା ଦେଇ ଉତ୍ତର ପ୍ରଦେଶକୁ ଚାଲାଣ ହେଉଥିଳା ବୋଲି ଜଣାପଡ଼ିଛି,
ରାୟଗଡା ଜିଲ୍ଲା ପ୍ରତିନିଧି ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






