ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ l

ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ l
କଳାହାଣ୍ଡି, ୧୫/୦୨ ଶୁଭମ ବାର୍ତ୍ତା,(ଜଗନ୍ନାଥ ନାଏକ) : ଦିନ କୁ ଦିନ ସିଜିମାଳି ପ୍ରଭାବିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ୨୪ ଗୋଟି ପଞ୍ଚାୟତ ର ପ୍ରାୟ ୩୦୦ ରୁ ଉଦ୍ଧ ଗ୍ରାମରୁ ପ୍ରାୟ କୋଡିଏ ହଜାର ରୁ ଉଦ୍ଧ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ସହ ସିଜି ମାଳୀ ଖଣି ଖନନ ନିମନ୍ତେ କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଓ ମତ ପ୍ରକାଶ କରିଛନ୍ତି କି ଆମ ଅଞ୍ଚଳରେ ଆଗାମୀ ଦିନରେ ରେ ଯଦି ଖଣି ଖନନ ହେଲେ ଆମ ଅଞ୍ଚଳ ର ଉନ୍ନତି ହେବା ସହ ବେକାରି ସମସ୍ୟା ଦୂର ହବ ତେଣୁ ଆମ୍ଭେ ୧୫,୦୦୦ ରୁ ଉଦ୍ଧ ଲୋକଙ୍କ ଦସ୍ତଖତ ସହ ସିଜିମାଳି ଓ ମୈତ୍ରୀ କମ୍ପାନୀ କୁ ସମର୍ଥନ କରୁଛୁ । ବର୍ତମାନ ସମୟରେ ମାସକୁ ପ୍ରାୟ ୧୦ ହଜାର ରୁ ଉଦ୍ଧ ପରିବାର ସିଧା ସଳଖ ଆର୍ଥିକ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ନିଯୁକ୍ତି ଓ ଧାର୍ମିକ କ୍ଷେତ୍ର ରେ ପ୍ରାୟ ୪୫ ରୁ ଉଦ୍ଧ ଆମ ଅଞ୍ଚଳରେ ମନ୍ଦିର ନିର୍ମାଣ କରାଯାଉଛି ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ମୈତ୍ରୀ କମ୍ପାନୀ ତରଫରୁ କରାଯାଉଛି । ସିଜିମାଳି ଖଣି ଖନନ ଯଥାଶୀଘ୍ର ଆରମ୍ଭ କରାଯାଉ, ଆଉ କିଛି ବାହାରିଆ ଲୋକ ଆସି ଆମ୍ବ ନିରୀହ ଆଦିବାସୀ ଲୋକ ମାନଙ୍କୁ ତାଙ୍କ ସ୍ବାର୍ଥ ପାଇଁ କମ୍ପାନୀ କୁ ବିରୋଧ କରିବାକୁ ଉସ୍କାଉ ଛନ୍ତି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ସିଜିମାଳୀ ପ୍ରଭାବିତ ଅଞ୍ଚଳ ବାସୀ ଉପସ୍ଥିତ ରହି ଜିଲ୍ଲା ପାଳଙ୍କୁ ସିଜିମାଳି ଖଣି ଖନନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି ।
What's Your Reaction?






