ନର୍ଲା ବିଜେପି ପକ୍ଷରୁ ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ,

ନର୍ଲା ବିଜେପି ପକ୍ଷରୁ ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ
ଶୁଭମ ବାର୍ତ୍ତା :- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଙ୍କ କଟୁ ମନ୍ତ୍ୟବ୍ୟ କୁ ନେଇ ବିଜେପି ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ସହ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ପକ୍ଷରୁ ମଧ୍ୟ ନର୍ଲା ଚାରିଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ସୋନିଆ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା।ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ୍ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ର ନର୍ଲା ମଣ୍ଡଳ ର ବୁଥ ସଂଯୋଜକ ମାନ୍ମୟ ଚାନ୍ଦ୍, ମଣ୍ଡଳ ସଭାପତି ଗୁଣନିଧି ସାହୁ, ଶେଷ ନାଏକ୍, ନବୀନ ପଧାନ୍, ବିଷ୍ଣୁ ଚରଣ ବଡ଼ପଣ୍ଡା ଓ
ବିଜେପି ର ସଦାଧିକ କର୍ମକର୍ତ୍ତା ଓ ସମର୍ଥକ ଯୋଗ ଦେଇ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






