ନର୍ଲା ପୋଲିସ୍ ର ବଡ଼ ସଫଳତା । ମୋଟର ଓ ସାଇକେଲ ଚୋରୀ କରିଥିବା ମୂଖ୍ୟ ଅଭିଯୁକ୍ତ ଗିରଫ ପୋଲିସ୍ ପକ୍ଷରୁ କୋର୍ଟ ଚାଲାଣ ହୋଇଥିବା ସୂଚନା।

Jan 13, 2025 - 18:41
Jan 13, 2025 - 18:44
 0  114
ନର୍ଲା ପୋଲିସ୍ ର ବଡ଼ ସଫଳତା । ମୋଟର ଓ ସାଇକେଲ ଚୋରୀ କରିଥିବା ମୂଖ୍ୟ ଅଭିଯୁକ୍ତ ଗିରଫ ପୋଲିସ୍ ପକ୍ଷରୁ କୋର୍ଟ ଚାଲାଣ ହୋଇଥିବା ସୂଚନା।

ନର୍ଲା ପୋଲିସ୍ ର ବଡ଼ ସଫଳତା ।

ମୋଟର ଓ ସାଇକେଲ ଚୋରୀ କରିଥିବା ମୂଖ୍ୟ ଅଭିଯୁକ୍ତ ଗିରଫ ପୋଲିସ୍ ପକ୍ଷରୁ କୋର୍ଟ ଚାଲାଣ ହୋଇଥିବା ସୂଚନା।

ଶୁଭମ ବାର୍ତ୍ତା :- 13/1- ସୁଚନା ମୁତାବକ ନର୍ଲା ଥାନା ଅନ୍ତର୍ଗତ ଶେରଗଡ଼ ଗ୍ରାମର ନରେନ୍ଦ୍ର କୁମାର ସାହୁ ଙ୍କ ଠାରୁ ଗତ ଶନିବାର ଦିନ ରାତ୍ର ସମୟରେ ମୋଟର ଚୋରୀ ହୋଇଥିଲା , ଘଟଣା କୁ ନେଇ ଶ୍ରୀଯୁକ୍ତ ସାହୁ ରବିବାର ଦିନ ନର୍ଲା ଥାନାରେ ଅଭିଯୋଗ କରିଥିଲେ, ଅଭିଯୋଗ ପାଇଁ ନର୍ଲା ଥାନା ଅଧିକାରୀଣୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ମୋଟର ଚୋରି କରିଥିବା ମୂଖ୍ୟ ଅଭିଯୁକ୍ତ ଲୋଚନ ରଣା କୁ ଲିମୁରଶୀଙ୍ଗା ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ନର୍ଲା ପୋଲିସ, ମୂଖ୍ୟ ଅଭିଯୁକ୍ତ ଠାରୁ ପ୍ରାୟ ଏଗାର ଗୋଟି ମୋଟର ଏବଂ ପାଞ୍ଚ ଗୋଟି ସାଇକେଲ ଜବତ କରିଥିବା ବେଳେ ଅଭିଯୁକ୍ତ ନାମରେ କେଶ ନମ୍ବର ୧୫ ରେ ଏକ ମାମଲା ରୁଜୁ କରି ଷୋମବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

     ନର୍ଲା ରୁ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow