ବାଗପୁର ଗ୍ରାମ ନିକଟରେ ବସ୍ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ,

Jul 27, 2024 - 17:56
Jul 27, 2024 - 17:57
 0  77
ବାଗପୁର ଗ୍ରାମ ନିକଟରେ ବସ୍ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ,

ନର୍ଲା ଶୁଭମ ବାର୍ତ୍ତା :- ଆଜି ଶନିବାର ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ମା ଜଗତ ଜନନୀ ବସ୍ ନର୍ଲା ଠାରୁ ବାହାରି ମ- ରାମ ପୁର କୁ ଯାଉଥିବା ବେଳେ ବାଗ ପୁର ଗ୍ରାମ ନିକଟରେ ଥିବା ଏକ ବରଗଛ ଠାରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣା ରେ ବସ୍ ଚାଳକ ଙ୍କ ମୁଣ୍ଡରେ ଆହତ ଲାଗିଥିବା ବେଳେ ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି, ସୂଚନା ପାଇ ଘଟଣା ସ୍ଥଳରେ ନର୍ଲା ପୋଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow