ବାଇକ୍ ଧକ୍କା ରେ ବୃଦ୍ଧଙ୍କ ମୃତ୍ୟୁ

Jul 25, 2024 - 13:16
Jul 25, 2024 - 13:18
 0  21
ବାଇକ୍ ଧକ୍କା ରେ ବୃଦ୍ଧଙ୍କ ମୃତ୍ୟୁ

ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାର ହଳଦୀ ଭାଟି ଛକ ନିକଟସ୍ଥ ବିଜୁଫୋର୍ ୱେ ରାସ୍ତା ଠାରେ ବାଇକ୍ ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଅନ୍ତ ନାଏକ (୭୫)l ସୂଚନାରୁ ପ୍ରକାଶ ଯେ ବୁଧବାର ମଧ୍ୟାହ୍ନ ରେ ବୃଦ୍ଧ ଜଣକ ନିକଟସ୍ଥ ସି ଏସ୍ ସି କୁ କୌଣସି କାର୍ଯ୍ୟ ପାଇଁ ଯାଉଥିବା ବେଳେ ଗୋଲାମୁଣ୍ଡା ପଟୁ ଆସୁଥିବା ଓଡ଼ି ୦୮ ଡବ୍ଲ୍ୟୁ ୭୯୧୨ ନମ୍ବର ବିଶିଷ୍ଟ ଏକ ବାଇକ୍ ଧକ୍କା ଦେଇଥିବା ଫଳରେ ବୃଦ୍ଧ ଜଣକ ତଳେ ପଡ଼ିଯାଇଥିଲେ l ସ୍ଥାନୀୟ ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଖବର ଶୁଣି ଅଞ୍ଚଳର ଜନସାଧାରଣ ଙ୍କ ମନରେ ସୋକର ଛାୟା ଖେଳି ଯାଇଛି l ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କିଛି ମାସ ପୂର୍ବରୁ ଉକ୍ତ ଘଟଣା ସ୍ଥଳରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ପୁଣିଥରେ ସେହି ସ୍ଥାନରେ ଦୁର୍ଘଟଣା ଘଟି ମୃତ୍ୟୁ ବରଣ କରୁ ଥିବାରୁ ଉକ୍ତ ଜାଗାରେ ସତର୍କ ରେ ଯିବା ଆସିବା ପାଇଁ ଲୋକ ମାନଙ୍କୁ ଅନୁରୋଧ କରୁଛନ୍ତି ।

What's Your Reaction?

like

dislike

love

funny

angry

sad

wow