ଉଗ୍ରସେନ ସାହୁ ଙ୍କ ଧର୍ମ ପତ୍ନୀ ଙ୍କ ବିୟୋଗ

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବମକ୍ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଭାବେ କାର୍ଯ୍ୟରତ ଉଗ୍ରସେନ ସାହୁ ଙ୍କ ଧର୍ମ ପତ୍ନୀ ଙ୍କ ଅକାଳ ବିୟୋଗ ଘଟିବା ଫଳ ରେ ପରିବାର ରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ ସ୍ବର୍ଗତ ଉର୍ବଶୀ ସାହୁ ଗତ କିଛି ମାସ ହେଲା କିଡନୀ ଜନିତ ରୋଗ ରେ ପୀଡ଼ିତ ଥିଲେ, ଅନେକ ବଡ଼ ବଡ଼ ମେଡିକାଲ ରେ ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥା ସୁଧୁରି ନ ଥିଲା ଗତକାଲି ଶୁକ୍ରବାର ଦିନ ୧୧ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲାମୃତ୍ୟୁ ସମୟରେ ପାଖ ରେ ସ୍ବାମୀ ଉଗ୍ରସେନ ସାହୁ ଦୁଇ ପୁଅ ଓ ଝିଅ ସହିତ ପରିବାର ର ସମସ୍ତେ ଉପସ୍ଥିତ ଥିଲେ।ଗାଁ ପାଖ ମଶାଣି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା, ବଡ଼ ପୁଅ ହିମାଂଶୁ ଓ ଛତିଶ ସାହୁ ମୁଖଗ୍ନି ଦେଇ ଥିଲେ।ଶେଷକୃତ୍ୟ ସମୟରେ ଡଙ୍ଗରମାଲ୍ ସହିତ ଆଖ ପାଖ ଅଞ୍ଚଳ ର ଶତାଧିକ ଲୋକ ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






