୧୦ମ ପରୀକ୍ଷାର୍ଥୀଙ୍କୁ ଅସହ୍ୟ ପରୀକ୍ଷା କେନ୍ଦ୍ର ଦୂରତା . ୫ କିମି ପରିବର୍ତ୍ତେ ୫୦କିମି ଦୂରରେ ପରୀକ୍ଷା କେନ୍ଦ୍ର,

୧୦ମ ପରୀକ୍ଷାର୍ଥୀଙ୍କୁ ଅସହ୍ୟ ପରୀକ୍ଷା କେନ୍ଦ୍ର ଦୂରତା
. ୫ କିମି ପରିବର୍ତ୍ତେ ୫୦କିମି ଦୂରରେ ପରୀକ୍ଷା କେନ୍ଦ୍ର
.ଦାବି ସତ୍ତ୍ୱେ ଚେତିଲାନି ଶିକ୍ଷା ବିଭାଗ
.ଆମରଣ ଅନଶନ ପାଇଁ ସାମାଜିକ କର୍ମୀଙ୍କ ଚେତାଵନୀ
ରାୟଗଡା ଶୁଭମ ବାର୍ତ୍ତା :- ୫ କିମି ପରିବର୍ତ୍ତେ ୫୦ କିମି ଦୂରରେ ପରୀକ୍ଷା କେନ୍ଦ୍ର। ଦଶମ ପରୀକ୍ଷାର୍ଥୀଙ୍କୁ ଅସହ୍ୟ ପରୀକ୍ଷା କେନ୍ଦ୍ର ଦୂରତା। ବାରମ୍ବାର ଦାବି ସତ୍ତ୍ୱେ ଚେତିଲାନି ଶିକ୍ଷା ବିଭାଗ। ଆମରଣ ଅନଶନ ପାଇଁ ସାମାଜିକ କର୍ମୀଙ୍କ ଚେତାବନୀ। ଅମ୍ବାଦଳା ଉଚ୍ଚ ବିଦ୍ୟାଳୟ ପାଇଁ ଶିକ୍ଷାବିଭାଗର ନିୟମ ବାଟବଣା।ସରକାରଙ୍କ ନିୟମାବଳୀ ଅନୁସାରେ ବିଦ୍ୟାଳୟ ମାନଙ୍କରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ବୋର୍ଡ ପରୀକ୍ଷା ୫କିଲୋମିଟର ବ୍ୟବଧାନ ଭିତରେ ହେବା ପାଇଁ ସ୍ଥିର ହୋଇଥିବା ବେଳେ ଅମ୍ବାଦଳା ସରକାରୀ ବିଦ୍ୟାଳୟ ପାଇଁ ନିୟମ ବାଟବଣା ପାଲଟିଛି । ଦୀର୍ଘ ବର୍ଷ ହେବ ଅଞ୍ଚଳ ବାସୀ ଅଭିଭାବକ ମାନେ ଅଭିଯୋଗ କରି ଆସୁଛନ୍ତି , ହେଲେ ସବୁ ଜାଣି ଶୁଣି ଶିକ୍ଷା ବିଭାଗ ଚୁପ୍ ବସିଥିବା ବେଳେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ୫ କିଲୋମିଟର ବ୍ୟବଧାନରେ ବୋର୍ଡ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ଯିବା ଆସିବା ୫୦ କିଲୋମିଟର ଦୂର ହେଉଛି। ଯାହାକି ପରୀକ୍ଷାର୍ଥୀ ମାନଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି।ଅମ୍ବାଦଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦୀର୍ଘ ୫୦ କିଲୋମିଟର ଦୂର ମୁନିଗୁଡାରେ ଥିବା ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ଅଧିକାରୀ ମାନଙ୍କ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି, ଯାହାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଥିବା ବେଳେ ଅମ୍ୱାଦଳା ଅଞ୍ଚଳର ସାମାଜିକ କର୍ମୀ ରଞ୍ଜନ ସ୍ବାଇଁ ଆମରଣ ଅନଶନ ପାଇଁ ନିଷ୍ପତି ନେବାସହ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଅମ୍ୱାଦଳାରୁ ମୁନିଗୁଡା ଦୀର୍ଘ ୨୫ କିଲୋମିଟର ଦୂର ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସ୍ତୁତ ହେବା ଛାତ୍ର ଛାତ୍ରୀ ମାନଙ୍କ ଉପରେ ମାନସିକ ପ୍ରଭାବ ପଡ଼ୁଥିବା ଅଞ୍ଚଳରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ମୁନିଗୁଡା ଯିବା ରାସ୍ତାରେ ବ୍ୟସ୍ତ ବହୁଳ ପୂର୍ବତଟ ରେଳପଥର ଏକ ଫାଟକ ଏକ ବିରାଟ ପ୍ରତିବନ୍ଧକ, ଯାହା ବହୁ ସମୟ ଧରି ବନ୍ଦ ରହି ଥାଏ।ପରିକ୍ଷା ସମୟରେ କୌଣସି କାରଣରୁ ଫାଟକ ବନ୍ଦ ଥିଲେ ଛାତ୍ରଛାତ୍ରୀ ପରୀକ୍ଷା ରୁ ବଞ୍ଚିତ ହେବା ସମ୍ଭାବନା ମଧ୍ୟ ରହିଛି। ଉପରୋକ୍ତ ବିଷୟରେ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ନିଦା ବିଷ୍ଟୁ ସାଜିଛନ୍ତି ଶିକ୍ଷା ଅଧିକାରୀ।ଅମ୍ବାଦଳା ଅଞ୍ଚଳରେ ଏମିତି ଅଧିକାଂଶ ବିଦ୍ୟାଳୟ ରହିଛି ଯେଉଁଠିକି ଅଦଳ ବଦଳ କରି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରିବା ସହ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇ ପାରିବେ, ହେଲେ ଶିକ୍ଷା ଅଧିକାରୀ ମାନଙ୍କ ଦୂର ଦୃଷ୍ଟିର ଅଭାବ ହେଉ କିମ୍ବା ଖାମ ଖିଆଲ ମନୋଭାବ ଯୋଗୁଁ ସତ ପ୍ରତିଶତ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ପରୀକ୍ଷାର୍ଥୀ ମାନେ ୫୦ କିଲୋମିଟର ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ସମୟରେ ଦୁର୍ଘଟଣା ହେବାର ଭୟ ମଧ୍ୟ ରହିବା ସହ ରକ୍ତ ଚାପ ବଢିବାର ସମ୍ଭାବନା ରହୁଥିବା ବେଳେ ପରୀକ୍ଷା ଦେବାରେ ଅସୁବିଧା ଉପୂଜିବ ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି। ଉକ୍ତ ଘଟଣାକୁ ନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ବିଭାଗ ପକ୍ଷରୁ ପଦକ୍ଷେପ ସୁନ।ତେଣୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ନିକଟସ୍ଥ ଯେ କୌଣସି ବିଦ୍ୟାଳୟ ରେ କରାନଗଲେ ଛାତ୍ରଛାତ୍ରୀମାନଙ୍କୁ ଜାଣିଶୁଣି ମାନସିକ ଚାପ ଦିଆଯାଉଛି ଯାହା ନିୟମ ବହିର୍ଭୁତ ଓ ଅନ୍ୟାୟ ବୋଲି ଆଲୋଚନା ହେଉଛି। ତେବେ ଉକ୍ତ ବିଦ୍ୟାଳୟର ଦଶମ ବୋର୍ଡ଼ ପରୀକ୍ଷା କେନ୍ଦ୍ର ବିଦ୍ୟାଳୟ ନିକଟରୁ ୫ କିଲୋମିଟର ବ୍ୟବଧାନରେ କରାନଗଲେ ସ୍ଥାନୀୟ ଅଂଚଳର ସାମାଜିକ କର୍ମୀ ରଞ୍ଜନ ସ୍ବାଇଁ ୧୨ ତାରିଖ ଦିନ ଠାରୁ ଆମରଣ ଅନଶନ ଜାରି ରଖିବେ ବୋଲି ରାୟଗଡ଼ା ଜିଲ୍ଲାପାଳଙ୍କୁ ଏକ ଲିଖିତ ପତ୍ର ଦେଇଥିବା ବେଳେ ଏହାର ନକଲ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ, ମୁନିଗୁଡା ତହସିଲଦାର ଓ ଅମ୍ୱାଦଳା ଥାନା ଅଧିକାରୀଙ୍କୁ ଦେଇଥିବା ଜଣାପଡିଛି।ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






