ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ଭାରତ ବନ୍ଦ୍ କୁ ସମର୍ଥନ କରିବାକୁ ଲାଞ୍ଜିଗଡ ବ୍ଲକ ଆଦିବାସୀ ଓ ଅନୁସୂଚିତ ଜାତି ସଂଘ ର ପ୍ରସ୍ତୁତି ବୈଠକ,

Aug 18, 2024 - 21:20
Aug 18, 2024 - 21:49
 0  37
ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ଭାରତ ବନ୍ଦ୍ କୁ ସମର୍ଥନ କରିବାକୁ ଲାଞ୍ଜିଗଡ ବ୍ଲକ ଆଦିବାସୀ ଓ ଅନୁସୂଚିତ ଜାତି ସଂଘ ର ପ୍ରସ୍ତୁତି ବୈଠକ,

ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ଭାରତ ବନ୍ଦ୍ କୁ ସମର୍ଥନ କରିବାକୁ ଲାଞ୍ଜିଗଡ ବ୍ଲକ ଆଦିବାସୀ ଓ ଅନୁସୂଚିତ ଜାତି ସଂଘ ର ପ୍ରସ୍ତୁତି ବୈଠକ,

ଲାଞ୍ଜିଗଡ ଶୁଭମ ବାର୍ତ୍ତା :- ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ସୁପ୍ରିମ କୋର୍ଟ ଏହି କୋର୍ଟରେ କେବେ ମଧ୍ୟ କୌଣସି ଦଳୀୟ ଚାପ, କିମ୍ବା ଜାତି ଭିତ୍ତିକ ଚାପ କିମ୍ବା ଦ୍ୱେଷ ଅନୁଯାୟୀ ରାୟ ପ୍ରକାଶ୍ ପାଏ ନାହିଁ ସବୁବେଳେ ସମାଜର ହିତ ପାଇଁ ରାୟ ପ୍ରକାଶ ପାଇଥାଏ,ସେଥିପାଇଁ ଆମ ଦେଶ ରେ ବସ ବାସ କରୁଥିବା ୧୪୦ କୋଟି ଲୋକେ ସୁପ୍ରିମ କୋର୍ଟର ରାୟକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି।ଚଳିତ ମାସ ୧ ତାରିଖ ରେ ସୁପ୍ରିମ କୋର୍ଟ ରେ ଏକ ରାୟ ପ୍ରକାଶ ପାଇଛି, ଏହି ରାୟ ଅନୁସାରେ ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ଆର୍ଥିକ ଭିତ୍ତିକ ସଂରକ୍ଷଣ ଭାବରେ ରାୟ ପ୍ରକାଶ କରି ପ୍ରତ୍ୟେକ ରାଜ୍ୟ ରେ ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଯେଉଁ ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ପରିବାର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ଥିବ ସେମାନଙ୍କୁ ଜାତି ଭିତ୍ତିକ ସଂରକ୍ଷଣ ନଦେଇ ଯେଉଁ ଆଦିବାସୀ ଅନୁସୂଚିତ ଜାତି ମାନଙ୍କ ପରିବାର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନାହି ସେମାନଙ୍କୁ ସଂରକ୍ଷଣ ଦିଆ ଯିବ ବୋଲି ସୁପ୍ରିମ କୋର୍ଟରେ ରାୟ ପ୍ରକାଶ ପାଇଛି।ଏହି ରାୟ କୁ ବିରୋଧ କରି ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ଆଦିବାସୀ ଅନୁସୂଚିତ ଜାତି ମାନଙ୍କ ଭାରତ ବନ୍ଦ୍ ଡାକରାକୁ ସଫଳ କରିବା ପାଇଁ ଆଜି ଲାଞ୍ଜିଗଡ ବ୍ଲକ ର ୨୬ ଗୋଟି ଗ୍ରାମ ପଂଚାୟତର ଆଦିବାସୀ ସଂଘ ଓ ଅନୁସୂଚିତ ଜାତି ସଂଘ ମିଳିତ ଭାବରେ ଏକ ପ୍ରସ୍ତୁତି ବୈଠକ ର ଆୟୋଜନ କରିଥିଲେ।ଉକ୍ତ ବୈଠକରେ ଆଦିବାସୀ ସଂଘ ର ଅଲ ଇଣ୍ଡିଆ ସିଡୁଲ କାଷ୍ଟ ଫେଡେରେସନ ବ୍ଲକ ସଭାପତି ଜଗଦୀଶ ବେନିଆ ଏସଟି,ଏସସି ମିଳିତର ଉପଦେଷ୍ଟା ହରିଶଙ୍କର ପାତ୍ର ଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଲ ଇଣ୍ଡିଆ ସିଡୁଲ କାଷ୍ଟ ଫେଡେରେସନ ବ୍ଲକ କାର୍ଯ୍ୟ କାରି ସଭାପତି ହରିହର କୁମାର ଆଦିବାସୀ ସଂଘ ସକ୍ରିୟ ସଦସ୍ୟ ଟଙ୍କଧର ମାଝୀ, ସରପଂଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ ବ୍ଲକ ଯୁବ ସଂଗଠକ ସୁବାସ ନାଏକ, ମହେନ୍ଦ୍ର କରୁଆ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow