ନର୍ଲା ରୋଡ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ,

Sep 1, 2024 - 18:44
 0  134
ନର୍ଲା ରୋଡ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ,

ନର୍ଲା ରୋଡ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ 

ଶୁଭମ ବାର୍ତ୍ତା ନର୍ଲା :- ଆଉ କିଛି ଦିନ ପରେ ଆସିବ ଦୁର୍ଗା ପୂଜା ସେଥିପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇ ଆସୁଥିବା ଥିବା ଜଣାପଡ଼ୁଛି, ବିଭିନ୍ନ ପୂଜା କମିଟି ଗୁଡିକ ନିଜ ନିଜ ପ୍ରସ୍ତୁତି ରେ ଲାଗି ପଡ଼ି ଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ପୁରୁଣା ବର୍ଷ ର ସଭାପତି ଓ କମିଟି ର ସଦସ୍ୟ ବୃନ୍ଦ ଙ୍କ ସହିତ ନର୍ଲ ରୋଡ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂତନ ଭାବେ ସଭାପତି, ସମ୍ପାଦକ ଓ ବିଭିନ୍ନ ପଦ ପାଇଁ ସର୍ବ ସମ୍ମତି ରେ ଚୟନ କରାଯାଇ ଥିଲା।ଦୁଇ ବର୍ଷ ତଳେ ନର୍ଲା ରୋଡ ଦୁର୍ଗା ପୂଜା କମିଟି ଦୁର୍ଗା ମଣ୍ଡପ ସ୍ଥାନରେ ଦୁର୍ଗା ମନ୍ଦିର ନିର୍ମାଣ କରି ସେଠାରେ ସ୍ଥାୟୀ ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରି ଆସୁଛନ୍ତି।ଚଳିତ ବର୍ଷ ସଭାପତି ହମେସ କୁମାର୍ ଜୈନ, ଉପ ସଭାପତି ବିମଳ କେଡ଼ିଆ, ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା, ସହ ସମ୍ପାଦକ ଅମର କୁମାର୍ ଗଉଡ, କୋଷାଧ୍ୟକ୍ଷ ବାବୁଲା ରାଉତ୍, ଓ ସହ କୋଷାଧ୍ୟକ୍ଷ ବିନାୟକ ମହନ୍ତ ବରିଷ୍ଠ ସଦସ୍ୟ ଜହର ଲାଲ୍ ବିଶ୍ଵାଳ, ସଂକୀର୍ତ୍ତନ ପଧାନ୍, କରୁଣା ମୟ ଜେନା, ଘନ ଶ୍ୟାମ ଦାସ୍, ଓମ୍ ପୁଝାରୀ, ଆଶିଷ ରାଉତ୍, ତ୍ରିଲୋଚନ ଶବର, ବିଜୟ ସାମଲ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ନୀଳକଣ୍ଠ ବେହେରା ସହ ନର୍ଲା ରୋଡ ର ଜନ ସାଧାରଣ ଉପସ୍ଥିତ ଥିଲେ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବ ଦିନାତ୍ମକ ପୂଜା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ପୁରୀ ଜିଲ୍ଲାର ପୂଜକ ଆସି ପୂଜା କରିବାର କାର୍ଯ୍ୟ କ୍ରମ ରଖା ଯାଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow