ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍ କଳାହାଣ୍ଡି ପରିବାର ତରଫରୁ କମ୍ବଳ ବଣ୍ଟନ,

ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍ କଳାହାଣ୍ଡି ପରିବାର ତରଫରୁ କମ୍ବଳ ବଣ୍ଟନ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍ କଳାହାଣ୍ଡି ପରିବାର କଳାହାଣ୍ଡି ଜିଲ୍ଲା ର ଏକ ଦାନ୍ତବ୍ୟ ସେବା ସଂସ୍ଥା। ଏହି ସଂସ୍ଥା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ ପଥଚାରୀମାନଂକୁ ଜଳଦାନ, ରକ୍ତଦାନ ଶିବିର, ଜରୁରୀ କାଳୀନ ସମୟରେ ରୋଗୀ କୁ ରକ୍ତ ଯୋଗାଇ ଦେବା, ଶବଦାହ, ବେସାହାରା ଲୋକମାନଙ୍କୁ ବସ୍ତ୍ରଦାନ , ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସଫେଇ ଅଭିଯାନ, ସଚେତନତା ଅଭିଯାନ ପରି ବିଭିନ୍ନ ସେବାମୂଳକ କାର୍ଯ୍ୟ କରି ଆସୁଛି। ସେହି କ୍ରମରେ ସଂସ୍ଥା ପକ୍ଷରୁ ମ. ରାମପୁର ବକ୍ଳ ର ଉର୍ଲାଦାନୀ ପଞ୍ଚାୟତ ର ମାରଦିଙ୍ଗ ଓ ସାକୁସ କୁ ଯାଇ ୧୫୦ ଜଣ ଅସହାୟ ଗରିବ ବୃଦ୍ଧ ପିତାମାତାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍ କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି ସେବା କାର୍ଯ୍ୟ କରାଯାଇଥିଲା । ଅନୁଷ୍ଠାନର, ଶାନ୍ତି ମାଝୀ,ଭୁଲା ଶଙ୍କର ପାତ୍ର, ଖଗେଶ୍ୱର୍ ଗହୀର, ପ୍ରଦୀପ ସେଠୀ, ଅମିତ୍ କୁମାର ଦାଶ, ଅନୀଲ ସାହୁ,ହେମନ୍ତ ନାୟକ ଉପସ୍ଥିତ ରହି ନିରୀହ ବୃଦ୍ଧ ବାପା ମାଆ ଙ୍କୁ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା ।
ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?






