ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ।

ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ।
ଶୁଭମ୍ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଓ ଏସ ଆର୍ ଟି ସି ନୋଡାଲ କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ଦୁର୍ଗମ ଅଞ୍ଚଳରେ ବସ ସେବା ପହଞ୍ଚାଇବା, ବାଦ ପଡ଼ିଥିବା ରୁଟ୍ ଗୁଡିକୁ ଚିହ୍ନଟ କରି ବସ ସେବା ଯୋଗାଇଦେବା ସହିତ ଜିଲ୍ଲାର ସମସ୍ତ ବ୍ଲକ ସହିତ ରାଜ୍ୟ ଓ ରାଜ୍ୟ ବାହାରର ଗୁରୁତ୍ୱପୂର୍ଣ୍ଣ ସହରଗୁଡିକୁ ବସ ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି। ଏ ଦିଗରେ ଜିଲ୍ଲା ଓ ବ୍ଲକ ପ୍ରଶାସନ, ଜନ ପ୍ରତିନିଧି, ଘରୋଇ ବସ ମାଲିକ ସଙ୍ଘ, ବୁଦ୍ଧିଜୀବୀଙ୍କ ମତକୁ ଗ୍ରହଣ କରାଯିବ ଏବଂ ରାଜ୍ୟସ୍ତରୀୟ ବୈଠକରେ ଅନୁମୋଦନ କରାଯିବ। ସେହିପରି ଦୂରଦୁରାନ୍ତରରୁ ଯାତ୍ରା କରୁଥିବା ମହିଳା ଓ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ବସ ସେବା ଦ୍ୱାରା ଅଳ୍ପ ଖର୍ଚ୍ଚରେ ଯାତାୟତ ସୁବିଧା ପାଉଥିବାରୁ ଜିଲ୍ଲାର ବାଦ ପଡ଼ିଥିବା ଅଞ୍ଚଳକୁ ଏଥିରେ ସାମିଲ କରାଯିବ କିମ୍ବା ବସସେବା ଓ ରୁଟକୁ ପରିବର୍ଦ୍ଧିତ କରାଯିବ ବୋଲି ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଜିର ବୈଠକରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ଜିଲ୍ଲାର ବସ ଚଳାଚଳକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧକ୍ଷ୍ୟତା ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳକୁ ବସସେବା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବ ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ। ସେହିପରି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ବସ ଚଳାଚଳ ସମ୍ପର୍କିତ ମୋବାଇଲ ଆପ ତିଆରି କରିବା, ଜିପିଏସ ସହିତ ରହଣୀ ସମ୍ପର୍କିତ ସ୍ୱୟଂକ୍ରିୟ ଘୋଷଣା ବ୍ୟବସ୍ଥା ଆପଣେଇବାକୁ ପ୍ରସ୍ତାବ ଦେଇଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






